୧୦ ଦିନ ମଧ୍ୟରେ ସରିବ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତାଦେଖା

1 min read

ଭୁବନେଶ୍ବର: ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତାଦେଖା । ୧୦ ଦିନ ମଧ୍ୟରେ ଖାତାଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ନିୟୋଜିତ ହେବେ ୧୨ ହଜାର ୪୫୦ ଜଣ ଶିକ୍ଷକ । ମୋଟ ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ । ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏ ଖାତା ଦେଖା ଚାଲିବ । ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ।

ଚଳିତବର୍ଷ ସମ୍ମେଟିଭ-ଓ୍ୱାନ୍ ଓ ସମ୍ମେଟିଭ-ଟୁ ପରୀକ୍ଷା ସହ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷାରୁ ପରୀକ୍ଷାର୍ଥୀଙ୍କ ମାର୍କର ମୂଲ୍ୟାଙ୍କନ କରାଯିବ। ତେଣୁ ଏହି ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରୁଛି। ଏଥର ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ସେହିପରି ମଧ୍ୟମାରେ ୨ ହଜାର ୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ଥିବା ବେଳେ ଓପନ୍ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି।