spot_img

Latest Posts

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାନୁଆରୀ ୧୦ରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ଅନଲାଇନରେ କରିପାରିବେ ଆବେଦନ

କଟକ: ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦ ତାରିଖରୁ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ  ମାଟ୍ରିକ ଫର୍ମ ପୂରଣ ଆରମ୍ଭ ହେବ । ବିଦ୍ୟାର୍ଥୀ ଫେବ୍ରୁଆରୀ ୨ ତାରିଖ ମଧ୍ୟରେ ଆବେଦନ କରିପାରିବେ। ୨୦୨୧ ମସିହା ବାର୍ଷିକ ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀମାନେ ଅନ୍‌ଲାଇନ୍‌ ଯୋଗେ ସେମାନଙ୍କ ଫର୍ମ ପୂରଣ କରିପାରିବେ। ତେବେ କରୋନା ମହାମାରୀ କାରଣରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ଫିଲ୍ଅପ୍‌ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନ୍‌ରେ ଫର୍ମ ଫିଲ୍ଅପ୍‌ କରିବେ। ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ପରୀକ୍ଷା ଦେବାକୁ ଥିବା ରେଗୁଲାର, ଏକ୍ସ ରେଗୁଲାର, କରେସପଣ୍ଡେନ୍ସ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ମାନେ ୧୦ ତାରିଖରୁ ଫର୍ମ ଫିଲଅପ୍ କରିପାରିବେ। ସକାଳ ୧୦ଟାରୁ ଫର୍ମ ଫିଲଅପ୍ ଆରମ୍ଭ ହେବ। ଏହା ୨୮ ତାରିଖ ଯାଏ ଚାଲିବ। ତେବେ ଫର୍ମ ଫିଲଅପ୍ ପାଇଁ ଜାନୁଆରୀ ୨୭କୁ ଫିସ୍ ଦାଖଲର ଶେଷ ଦିନ ରଖାଯାଇଛି । ଅନ୍ୟପକ୍ଷରେ ଜାନୁଆରୀ ୨୮ରୁ ଫେବ୍ରୁଆରୀ ୧ ତାରିଖ ରାତି ୧୧ଟା ୪୫ ଯାଏ ଜରିମାନା ସହ ଫର୍ମ ଫିଲପ କରାଯାଇପାରିବ । ତେବେ ଜରିମାନା ସହ ଫର୍ମ ଫିଲଅପ୍‌ ଶେଷ ଦିନ ଫେବୃଆରୀ ୨ ତାରିଖ ରହିଛି । www.bseodisha.ac.in ୱେବସାଇଟରେ ଫର୍ମ ପୂରଣ ପାଇଁ ଲିଙ୍କ ଓ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଛି।

Latest Posts

Don't Miss