ଓଡ଼ିଶାର ଏହି ସ୍ଥାନରେ ବିହାରୀ ଷ୍ଟାଇଲେ ଦିଆଗଲା କପି, ଭାଇରାଲ ହେଲା ଭିଡ଼ିଓ

ଢ଼େଙ୍କାନାଳ: ବିହାର ଭଳି ଢ଼େଙ୍କାନଳରେ କପି ଦିଆ ନିଆର ଝଲକ୍‌ । କପି ଦେବାକୁ ଚାଲିଛି ସଂଘର୍ଷ । ପାଚେରୀ ଡ଼େଇଁ ସ୍କୁଲ ଭିତରେ ଦିଆଯାଉଛି ମାଟ୍ରିକ ପରୀକ୍ଷାର୍ଥିଙ୍କୁ କପି । ଜଣେକି ଦୁଇ ଜଣ ନୁହେଁ ଏକାଥରକେ ୨୦ରୁ ଉର୍ଦ୍ଧ୍ୱ ଯୁବକ ପାଚେରୀ ଡ଼େଇଁ କପି ଦେଉଛନ୍ତି ।

ଢ଼େଙ୍କାନାଳର ଦୁଇଟି ସ୍କୁଲରେ ଦେଖାଦେଇଛି ଏଭଳି ଘଟଣା । ପରଜଙ୍ଗ ଥାନା ବିରିବୁଲେଇ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଗଡ଼ପଳାଶୁଣି ବାପୁଜୀ ପିଦ୍ୟାପୀଠର ଏ ହେଉଛି ଦୃଶ୍ୟ ।

ସୂଚନା ଅନୁଯାୟୀ, ଏହି ଦୁଇଟି ସ୍କୁଲରେ ଆଜି ଇଂରାଜି ପରୀକ୍ଷା ଚାଲିଥିଲା । ଏହି ପରୀକ୍ଷାରେ ପିଲାଙ୍କୁ ସାହାର୍ଯ୍ୟ କରିବା ପାଇଁ ଆସିଥିଲେ ଚେଲାଚାମୁଣ୍ଡା । ପରୀକ୍ଷା ଆରମ୍ଭର ମାତ୍ର କିଛି ସମୟ ପରେ ଆରମ୍ଭ ହୋଇଥିଲା କପି ଦେବା ସଂଘର୍ଷ ।

ବାନର ଭଳି ଗୋଟିଏ ପରେ ଗୋଟିଏ ଯୁବକ ଚଢ଼ିବାକୁ ଲାଗିଥିଲେ ସ୍କୁଲ ପାଚେରି ଉପରେ । ସ୍କୁଲର ପାଚେରୀ ଡ଼େଇଁ ଦିଆ ଯାଉଛି କପି । ବିରିବୁଲେଇ ସ୍କୁଲରେ ସ୍ଥାନୀୟ ଲୋକେ ଏହା ଦେଖି କପି ଦେଉଥିବା ଲୋକଙ୍କୁ ବିରୋଧ କରିଥିଲେ ।

ଅନ୍ୟପଟେ ଗଡ଼ପଳାଶୁଣି ସ୍କୁଲରେ ଜଣେ ବାପା ତାଙ୍କ ଝିଅକୁ କପି ଦେଉଥିବା ବେଳେ ପୋଲିସ ଠାରୁ ନିର୍ଧୁମ ଛେଚା ଖାଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ତାଳଚେର ମଣ୍ଡାପାଳ ସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

 

Leave a Reply