ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା, ରେଗୁଲାର ଓ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ସମାନ

1 min read

ଭୁବନେଶ୍ବର: ମାର୍ଚ୍ଚ ୧୦ରୁ ୧୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ନେଇ ବୋର୍ଡ ସଭାପତିଙ୍କ ସୂଚନା । ୩୦୨୭ଟି କେନ୍ଦ୍ରରେ ହେବ ପରୀକ୍ଷା । ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଖୁବଶୀଘ୍ର ଫର୍ମ ଫିଲପ ପାଇଁ ବିଜ୍ଞପ୍ତି ବାହାରିବ । ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ଫେବ୍ରୁଆରୀ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ପ୍ରଶ୍ନପତ୍ର ସମାନ ରହିବ ।

ଏଥିସହ ସମ୍ମେଟିଭ ଓ୍ବାନ୍ ଭଳି ସମ୍ମେଟିଭ ଟୁ ପରୀକ୍ଷା ହେବ । ଯେଉଁମାନେ ସମ୍ମେିଭ ଓ୍ବାନ ପରୀକ୍ଷା ଦେଇଥିବେ କିମ୍ବା ଫର୍ମ ପୂରଣ କରିଥିବେ ସେମାନେ ସମ୍ମେଟିଭ ୨ ପରୀକ୍ଷା ଦେଇପାରିବେ । ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ୧୦ରୁ ୧୭ ପର୍ଯ୍ୟନ୍ତ ଚାଲିବ । ସେହିପରି ନବମ ଶ୍ରେଣୀ ସମ୍ମେଟିଭ୍-୨ ପରୀକ୍ଷା ଫେବ୍ରୁଆରୀ ୨୦ରୁ ୨୫ତାରିଖ ପର୍ଯ୍ୟନ୍ତ ହେବ। ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୯ରୁ ହେବ। ପରୀକ୍ଷା ମୂଲ୍ୟାୟନ ଫେବ୍ରୁଆରୀ ୨୨ରୁ ୨୮ତାରିଖ ପର୍ଯ୍ୟନ୍ତ ହେବ । ନବମ ଶ୍ରେଣୀ ପରୀକ୍ଷା ଫଳ ମାର୍ଚ୍ଚ ଶେଷ ସପ୍ତାହରେ ପ୍ରକାଶ ପାଇବ । ଏପ୍ରିଲରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ।