ଆଜି ତୃତୀୟ ଭାଷାର ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ

From April No Class Will Held In Sunday In Schools Says Education Minister

ଆଜି ତୃତୀୟ ଭାଷାର ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ତେବେ ଛାତ୍ରଛାତ୍ରୀ ଚାହିଁଲେ ଶେଷ ସମୟରେ ବଦଳାଇ ପାରିବେ ବିଷୟ । କାରଣ ଅନେକ ସମୟରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷାରେ ସମସ୍ୟା ଦେଖାଯାଏ । ପରୀକ୍ଷାର୍ଥୀ ଫର୍ମ ପୂରଣ ସମୟରେ ତୃତୀୟ ଭାଷା ସଂସ୍କୃତ ରଖିଥିବା ବେଳେ ଆଡମିଟ କାର୍ଡରେ ସଂସ୍କୃତ ତୃତୀୟ ଭାଷା ହୋଇଯାଏ ।

ଏହି ଦ୍ୱନ୍ଦକୁ ଆଖି ଆଗରେ ରଖି ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି । ପରୀକ୍ଷାର୍ଥୀଙ୍କୁ ସମସ୍ୟାରେ ନ ପକାଇବା ପାଇଁ ବୋର୍ଡ ପକ୍ଷରୁ ସୁପରିଟେଣ୍ଡେଣ୍ଟଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଗାଇଡଲାଇନ । ସେପଟେ କପି ରୋକିବାକୁ ମଧ୍ୟ ସୁରକ୍ଷାକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

Leave a Reply