ଚଳିତ ଥର ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା, ୩ଟି ପଦ୍ଧତିରେ ନିର୍ଦ୍ଧାରଣ ହେବ ପରୀକ୍ଷା ଫଳ

1 min read

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଅଫଲାଇନରେ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏଥି ସହ ତିନୋଟି ପଦ୍ଧତିରେ ମୂଲ୍ୟ ନିର୍ଦ୍ଧାରଣ ହେବ ବୋଲି ସୁରେଶ ମହାପାତ୍ର କହିଛନ୍ତି । ସେ କହିଛନ୍ତି କି କରୋନା ମହାମାରୀ ଗତ ଦୁଇ ବର୍ଷ ସାରା ବିଶ୍ୱରେ ଲାଗି ରହିଛି । କରୋନା ମହାମାରୀ ପାଇଁ ଗତବର୍ଷ ମାଟ୍ରିକ୍ ପରୀକ୍ଷା ମଧ୍ୟ ହୋଇପାରିନଥିଲା । ନୂଆ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

ତେବେ ଚଳିତ ବର୍ଷ କରୋନା ମହାମରୀରେ କିଛି ଟା ସୁଧାର ଆସିଛି । ଯାହା ଫଳରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ନେଇ ରାଜ୍ୟ ସରକାର ଆଲୋଚନା କରିଥିଲେ । ଏପ୍ରିଲ ଶେଷ ସପ୍ତାହରେ ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ । ଏପ୍ରିଲ୍ ୨୯ରୁ ମେ’ ୬ ମଧ୍ୟରେ ଶେଷ ହେବ ମାଟ୍ରିକ ପରୀକ୍ଷା । ଯଥା ସମ୍ଭବ ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା । ଯଦି ନିଗଜ ସ୍କୁଲରେ ପରୀକ୍ଷା ନହୋଇପାରିଲେ, ନିକଟବର୍ତ୍ତୀ ସ୍କୁଲରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତି ହେବେ । ତେବେ ଚଳତି ବର୍ଷ ମାଟ୍ରିକ ପରୀକ୍ଷାରେ ୩ଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ । ଯେଉଁ ଆସେସମେଣ୍ଟରେ ସର୍ବାଧିକ ନମ୍ବର ଥିବା ତାହା ଚୂଡ଼ାନ୍ତ ହେବ ବୋଲି ଆଜି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ତେବେ ଆସନ୍ତୁ ଜାଣିବା ଏହି ତିନୋଟି ମୂଲ୍ୟାୟନ ପଦ୍ଧତି ବିଷୟରେ…

ପ୍ରଥମ ମୂଲ୍ୟାୟନ ପଦ୍ଧତି

ସମ୍ମେଟିଭ୍ ଆସେସମେଣ୍ଟ-୧ ଓ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା । ଏହି ଦୁଇଟି ପରୀକ୍ଷା ମୂଲ୍ୟକୁ ଦୁଇ ଗୁଣା କରି ପରୀକ୍ଷା ଫଳ ପ୍ରକାଶ ପାଇବ ।

ଦ୍ବିତୀୟ ମୂଲ୍ୟାୟନ ପଦ୍ଧତି

ସମ୍ମେଟିଭ୍ ଆସେସମେଣ୍ଟ-୨ ଆଧାରରେ ହେବ ମୂଲ୍ୟାୟନ । ମୋଟ ମାର୍କର ମୂଲ୍ୟ ଦୁଇ ଗୁଣା ହୋଇ ପରୀକ୍ଷା ଫଳ  ପ୍ରକାଶ ପାଇବ ।

ତୃତୀୟ ମୂଲ୍ୟାୟନ ପଦ୍ଧତି

ତୃତୀୟ ମୂଲ୍ୟାୟନ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ପ୍ରତିଶତ ମାର୍କ । ପ୍ରଥମ ସମ୍ମେଟିଭ ପରୀକ୍ଷାରୁ ୩୦ ପ୍ରତିଶତ ମାର୍କ ଏବଂ ଦ୍ୱିତୀୟ ସମ୍ମେଟିଭ୍ ପରୀକ୍ଷାରୁ ୫୦ ପ୍ରତିଶତ ମାର୍କ ମିଶି ପରୀକ୍ଷା ଫଳ ପ୍ରକାଶ ପାଇବ ।