ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଏଥର ୫ ଲକ୍ଷ ୬୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଉଛନ୍ତି। ସେମାନଙ୍କ ପାଇଁ କରାଯାଇଛି ୩ ହଜାର ୮୨ଟି ସେଣ୍ଟର । ୯ଟାରୁ ପରୀକ୍ଷା ଆରମ୍ଭ ଆରମ୍ଭ ହୋଇ ସାଢ଼େ ୧୧ଟା ୩୦ରେ ଶେଷ ହେବ। ପିଲାମାନେ ସାଢ଼େ ୮ଟାରୁ ହଲରେ ପ୍ରବେଶ କରିଥିଲେ । ତେବେ ସକାଳ ୯.୩୦ ପର୍ଯ୍ୟନ୍ତ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ସୁଯୋଗ ଦେବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତା ପରେ ଆଉ ସୁଯୋଗ ଦିଆଯିବନି। ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍କାର୍ଡରେ କୌଣସି ତ୍ରୁଟି ରହିଥିଲେ, ପ୍ୟାରେଣ୍ଟ ସ୍କୁଲର ଶିକ୍ଷକଙ୍କ ପରାମର୍ଶ କ୍ରମେ ପିଲାଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ l କୌଣସି ପିଲା ଯେପରି ପରୀକ୍ଷା ଦେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଯତ୍ନଶୀଳ ହେବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତି ପ୍ରଶ୍ନପତ୍ର ବୁକଲେଟ୍ର ପ୍ରତି ପ୍ରଶ୍ନରେ ୱାଟର ମାର୍କ ସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଖୋଲାଯାଇଥିବା କମାଣ୍ଡ କଣ୍ଟ୍ରୋଲ ରୁମ୍ ସହ ସଂଯୋଗ କରାଯାଇଛି। ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସେଣ୍ଟ୍ରାଲ ସ୍ଟ୍ରାଡ୍ କରାଯିବା ସହ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କ ପକ୍ଷରୁ ଫ୍ଲାଇଂ ସ୍ପାଡ୍ ବ୍ୟବସ୍ଥା ହୋଇଛି। ପରୀକ୍ଷାକେନ୍ଦ୍ରକୁ କେବଳ ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କାହାରିକୁ ମୋବାଇଲ୍ ଫୋନ ନେବା ଉପରେ କଟକଣା କରାଯାଇଛି।

