ସରିଲା ମାଟ୍ରିକ୍ ପରୀକ୍ଷା, ମାର୍ଚ୍ଚ ୧୯ରୁ ଖାତା ଦେଖା

ନନ୍ଦିଘୋଷ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ପରୀକ୍ଷା ସାରି ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରରୁ ହସହସ ମୁହଁରେ ବାହାରିଛନ୍ତି । ସମସ୍ତ ପରୀକ୍ଷା ଭଲ ହୋଇଛି ବୋଲି କହିଛନ୍ତି । ଚଳିତ ଥର ମାଟ୍ରିକ, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ୫ ଲକ୍ଷ ୨୨ ହଜାର ୩୬୬ ପରୀକ୍ଷାର୍ଥୀ ୩ ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ମେ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି ।