ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

1 min read

ଭୁବନେଶ୍ବର: ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଶାନ୍ତି ଶୃଙ୍ଖଳାର ଶେଷ ହୋଇଛି । ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହୋଇ ଶେଷ ହୋଇଥିଲା ।  ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ଓ ଖୁସି ଦେଖିବାକୁ ମିଳିଛି । ତେବେ ଚଳିତବର୍ଷ ବୋର୍ଡ ପରୀକ୍ଷା ସମୟରେ ଆକ୍ସନ ମୋଡକୁ ଆସିଥିଲେ ବୋର୍ଡ କର୍ତ୍ତୃପକ୍ଷ । ପରୀକ୍ଷାରେ ବିଶୃଙ୍ଖଳା କିମ୍ବା ଅନିୟମିତତାକୁ ଅତି ଗୁରୁତର ଭାବରେ ନେଇଥିଲା ବୋର୍ଡ ।କପି ରୋକିବା ହେଉ କିମ୍ବା ପ୍ରଶ୍ନପତ୍ର ଭାଇରାଲ ହେଉ, ନୂଆ ଟେକ୍ନୋଲୋଜି ବ୍ୟବହାର କରି ପରୀକ୍ଷା ପ୍ରକ୍ରିୟାକୁ ପରିଚାଳନା କରିଥିଲା ବୋର୍ଡ । ଏଥିପାଇଁ AI ବା ଆର୍ଟିଫିସିଆର ଇଣ୍ଟେଲଜେନ୍ସ ର ସହାୟତା ନିଆଯାଇଥିଲା । ତେବେ ଆଜି ରାଜ୍ୟର ସମସ୍ତ ମାଟ୍ରିକ ପରୀକ୍ଷା ସେଣ୍ଟରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଛି ବୋଲି ସୂଚନା ଦେଇଛି ବୋର୍ଡ । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ରାଜ୍ୟରେ ୨ ହଜାର ୯୯୧ ଟି ସେଣ୍ଟରରେ ସାଢେ ୫ ଲକ୍ଷରୁ ଉର୍ଦ୍ଧ୍ବ  ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ ।