ମାଟ୍ରିକ ଖାତାଦେଖା ସ୍ଥଗିତ

ଭୁବନେଶ୍ୱର: ଅମ୍ଫାନ ପ୍ରଭାବ । ପୁଣି ସ୍ଥଗିତ ହେଲା ମାଟ୍ରିକ ଖାତାଦେଖା । ୨୧ ତାରିଖରୁ ଆରମ୍ଭ ହେବନାହିଁ  ଖାତାଦେଖା । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସ୍ଥିତି ଉପରେ ନଜର ରଖିଛି ବିଭାଗ । ସ୍ଥିତିରେ ସୁଧାର ଆସିଲେ ନୂଆ ତାରିଖ ଘୋଷଣା ହେବ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ୨୦ ତାରିଖରେ ମାଟ୍ରିକ ଖାତଦେଖା ନେଇ ନିଷ୍ପତ୍ତି ହୋଇଥିଲା । ଏବଂ ପରେ ଏଥିରେ ପରିବର୍ତ୍ତନ କରାଯାଇ ୨୧ ତାରିଖରେ ଖାତାଦେଖା କରାଯିବା ନେଇ ନିଷ୍ପତ୍ତି ହୋଇଥିଲେ । ତେବେ ସମ୍ଭାବ୍ୟ ବାତ୍ୟା ଅମ୍ପାନର ପ୍ରଭାବ ଓଡ଼ିଶାରେ ମଧ୍ୟ ରହିଛି ଏଣୁ ଖାତାଦେଖାକୁ ସ୍ଥଗିତ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଖାତାଦେଖା ଆରମ୍ଭ କରିବାରେ ବିଳମ୍ୱ ହୋଇଥିବାରୁ  ଅଧିକ ୬ ହଜାର ପରୀକ୍ଷକ ଖାତାଦେଖାରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ମୋଟ୍‌ ୨୨ହଜାର ଶିକ୍ଷକ ଶିକ୍ଷୟିତ୍ରୀ ମାଟ୍ରିକ ମୂଲ୍ୟାୟନରେ ନିୟୋଜିତ ହେବେ । ସାମାଜିକ ଦୂରତା ରକ୍ଷା ପାଇଁ ୩ଟି ଫେଜ୍‌ରେ ହେବ ଖାତାଦେଖା। ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ଓଡିଆ ଓ ସାମାଜିକ ବିଜ୍ଞାନ ଖାତା ଦେଖାଯିବ। ସକାଳ ୯ଟାରୁ ୩ଟା ଯାଏଁ ଇଂରାଜୀ ଓ ସାଧାରଣ ବିଜ୍ଞାନ ଖାତା ଦେଖାହେବ। ସେହିପରି ହିନ୍ଦୀ, ସଂସ୍କୃତ ଓ ଗଣିତ ସକାଳ ସାଢେ ୯ରୁ ୪ଟା ଯାଏଁ ଦେଖାଯିବ ନେଇ ନିଷ୍ପତ୍ତି ହୋଇଛି । ତେବେ ବାରମ୍ୱାର ଖାତାଦେଖାରେ ବିଳମ୍ୱ ହେଉଥିବାରୁ ନିର୍ଦ୍ଧିଷ୍ଟ ସମୟରେ ଖାତାଦେଖା ସାରିବା ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏଭଳି ଚ୍ୟାଲେଞ୍ଜର ମୁକାବିଲା କରିବା ଲାଗି ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାଟ୍ରିକ ଖାତାଦେଖା ନିୟୋଜିତ କରିବା ଲାଗି ନିଷ୍ପତ୍ତି ହୋଇଛି ।

Leave a Reply