ଏଠି ଗଛ ଉପରେ କାହିଁକି ବସିଛି ପୋଲିସ? ଜାଣନ୍ତୁ
ମଥୁରା: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ଲୁଟ ଘଟଣା ପୋଲିସ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଲଗାତାର ଲୁଟ ପରେ ଜାତୀୟ ରାଜପଥରେ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି । ଯେମିତି ପ୍ରତି ଲୁଟେରାଙ୍କୁ କାବୁ କରିହେବ ପୋଲିସ ସେମିତି କିଛି ପଇନ୍ତରା ଆପଣାଇଛି । ଏବେ ଗଛ ଉପରେ ବସି ଅପରାଧୀଙ୍କ ଉପରେ ନଜର ରଖିଛି ପୋଲିସ । ସାଧା ପୋଷାକରେ ଏକ୍ସପ୍ରେସ ୱେରେ ପ୍ରତି ଦୁଇ କିଲୋମିଟରରେ ଜଗିଛି ପୋଲିସ । ଏହାଛଡା ସାଧା ପୋଷାକରେ ମଧ୍ୟ ବିଲ ଭିତରେ ଜଗିଛି ପୋଲିସ । ମଥୁରା ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନରେ ଖୁସି ପ୍ରକାଶ କରିଛନ୍ତି ଯମୁନା ଏକ୍ସପ୍ରେସ ୱେ ପ୍ରାଧିକରଣ ।
ସାଧା ପୋଷାକରେ ପୋଲିସ ବନ୍ଧୁକ ଓ ଦୂରବିକ୍ଷଣ ଯନ୍ତ୍ର ସହ ମଥୁରା ଏକ୍ସପ୍ରେସରେ ନଜର ଆସୁଛନ୍ତି । ସାଧାରଣ ଜନତା ଭଳି ଦେଖାଯିବା ପାଇଁ ରାସ୍ତା କଡରେ ଖଟିଆର ବ୍ୟବସ୍ଥା କରାଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଅପରାଧୀଙ୍କ ବୟସ ୨୦ ରୁ ୩୫ ବର୍ଷ ବୟସ ହୋଇଥିବା ଅନୁମାନ କରାଯାଉଛି । ସ୍କେଚ ଆଧାରରେ ଏକ୍ସପ୍ରେସ ୱେରେ ଲାଗିଥିବା ସିସିଟିଭିର ନିୟମିତ ଯାଞ୍ଚ କରାଯାଇ ଗିରଫ କରିବା ପାଇଁ ପୋଲିସ ପ୍ରୟାସ ଚଳାଇଛି ।
୧୬୫ କିଲୋମିଟର ଲମ୍ବ ଓ ଛଅ ଲେନ୍ ବିଶିଷ୍ଟ ଯମୁନା ଏକ୍ସପ୍ରେସ ୱେ ନୋଏଡାକୁ ଆଗ୍ରା ସହ ଯୋଡୁଛି । ମଥୁରା ଜିଲ୍ଲାରେ ଏକ୍ସପ୍ରେସ ୱେର ଲମ୍ବ ପାଖାପାଖି ୬୫ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହି ଜିଲ୍ଲାରେ ସାତୋଟି ପୋଲିସ ଥାନା ଜାତୀୟ ରାଜପଥ ଅଧୀନରେ ରହିଛି ।