ଗିରି ଗୋବର୍ଦ୍ଧନକୁ ବି ଛାଡିଲେନି ଠକ, ଅନଲାଇନରେ ଗୋବର୍ଦ୍ଧନ ପର୍ବତର ଶିଳାଖଣ୍ଡ ବିକ୍ରି କରୁଛି କମ୍ପାନୀ

1 min read

ମଥୁରା: ଉତ୍ତରପ୍ରଦେଶ ମଥୁରା ଜିଲ୍ଲାର କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ହେଉଛି ଗିରିରାଜ ପର୍ବତ । ହେଲେ ଏବେ ଏହି ଗିରିରାଜ ପର୍ବତର ପଥରଗୁଡ଼ିକ ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀ ଡିଭାଇନ୍ ଆର୍ଟିକିଲ୍ ଷ୍ଟୋରସ୍ ନାମକ ଏକ କମ୍ପାନୀ ଏହାକୁ ବିକ୍ରି କରୁଛି ।

ଏହି ସଂସ୍ଥା ଅନଲାଇନ୍ ସପିଂ କମ୍ପାନୀ ଇଣ୍ଡିଆ ମାର୍ଟ (ଚେନ୍ନାଇ)ରେ ବିଧିବଦ୍ଧ ବିଜ୍ଞାପନ ମଧ୍ୟ ଦେଇଛି । ଶିଳାର ମୂଲ୍ୟ ୫ ହଜାର ଟଙ୍କା ରଖାଯାଇଛି। ଏଥିସହ କମ୍ପାନୀ ଏହାର ନାମ ବଦଳାଇ ଗୋବର୍ଦ୍ଧନ ଷ୍ଟାେନ୍ ଗିରିରାଜ କୃଷ୍ଣ ଶିଳା ରଖିଛି । ଏଥିସହ ଗିରିରାଜ ଶିଳାର ଏକ ଚିତ୍ର ରଖାଯାଇଥିବା ବେଳେ ଏହାର ମୂଲ୍ୟ ୫,୧୭୫ ଟଙ୍କା ରଖାଯାଇଛି।

ସୋସିଆଲ ମିଡିଆରେ ଏହି ବିଜ୍ଞାପନ ଦେଖିବା ପରେ ସାଧୁସନ୍ଥ ତଥା ବ୍ରିଜବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହା ପରେ ଭକ୍ତ ଓ ସାଧୁମାନେ ଗୋବର୍ଦ୍ଧନ ଥାନାକୁ ଘେରାଉ କରିବା ସହ ହଙ୍ଗାମା କରିଛନ୍ତି । ଏପରିକି ଶ୍ରଦ୍ଧାଳୁଙ୍କ ବିଶ୍ୱାସକୁ ଆଘାତ ଲାଗିଥିବା ଦର୍ଶାଇ କମ୍ପାନୀ ଓ ମାଲିକଙ୍କ ବିରୋଧରେ ଅଭିଯୋଗ କରିବା ସହ ଗିରଫ ଦାବି କରାଯାଇଛି।

ସେହିପରି ଦୀନବନ୍ଧୁ ଦାସ ମହାରାଜ କହିଛନ୍ତି ଯେ ଗିରିରାଜ ଜୀ ମହାରାଜ ଆମ ସମସ୍ତ ସାଧୁସନ୍ଥ ମାନଙ୍କର ଇଷ୍ଟ ଅଟନ୍ତି। କେବଳ ଏତିକି ନୁହେଁ ଧାର୍ମିକ ଗ୍ରନ୍ଥରେ ଉଲ୍ଲେଖ ରହିଛି ଯେ ଗିରିରାଜ ଜୀଙ୍କର ଶିଳାକୁ ଗିରିରାଜ ପାଦଦେଶରୁ ବାହାର କରିବା ନିଷେଧ ।

ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି-
ସୋସିଆଲ୍ ମିଡିଆ ସାଇଟରେ ଧାର୍ମିକ ଭାବନାକୁ ଆଘାତ କରିବାକୁ ଚେଷ୍ଟା କରିବା ସହ ଗୋବର୍ଦ୍ଧନ ପର୍ବତକୁ ବିକ୍ରି ପାଇଁ ଚେଷ୍ଟା କରାଯାଉଥିବା ନେଇ ଲୋକମାନେ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ ଗୋବର୍ଦ୍ଧନ ଶୀଳାର ମୂଲ୍ୟ ଲଗାଇ ଖୋଲାଖୋଲି ଭାବରେ ବିକ୍ରି କରାଯାଉଛି । ଦେଶରେ ବାରମ୍ବାର ଏଭଳି ଭକ୍ତଙ୍କ ଧାର୍ମିକ ଭାବନା ସହ ଖେଳାଯାଉଛି । ଏଭଳି ପରିସ୍ଥିତିରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍।

Leave a Reply