spot_img

Latest Posts

ଶ୍ରୀକୃଷ୍ଣ ଜନ୍ମଭୂମି-ଇଦଗା ବିବାଦ ମାମଲା; ଜାନୁଆରୀ ୨ରେ ମସଜିଦ ପରିସରରେ ସର୍ଭେ ନିର୍ଦ୍ଦେଶ

ଲକ୍ଷ୍ନୗେ: ଉତ୍ତରପ୍ରଦେଶ ଶ୍ରୀକୃଷ୍ଣ ଜନ୍ମଭୂମି-ଇଦଗା ବିବାଦ ମାମଲା । ଆସନ୍ତା ଜାନୁଆରୀ ୨ରୁ ମସଜିଦ ପରିସରରେ ସର୍ଭେ ଲାଗି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ମଥୁରା ଡିଷ୍ଟ୍ରିକ୍ଟ କୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ ହେବ । ହିନ୍ଦୁ ପକ୍ଷର ଆବେଦନ କ୍ରମେ ମସଜିଦ ପରିସରରେ ସର୍ଭେ ଲାଗି ନିର୍ଦ୍ଦେଶ ଦେଇଛନ୍ତି ସିନିୟର ଡିଭିଜନ ସିଭିଲ ଜଜ ।

ଆସନ୍ତା ଜାନୁଆରୀ ୨୦ରେ ରିପୋର୍ଟ ଦାଖଲ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସମସ୍ତ ପକ୍ଷକୁ ବି ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ସେନା ପକ୍ଷରୁ ବିଷ୍ଣୁ ଗୁପ୍ତଙ୍କ ଦ୍ବାରା ଆଗତ ଏକ ପିଟିସନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହିନ୍ଦୁ ପକ୍ଷର ଅଭିଯୋଗ ହେଉଛି, ୧୬୬୯-୭୦ରେ ମୋଗଲ ସମ୍ରାଟ ଔରଙ୍ଗଜେବ ଶ୍ରୀକୃଷ୍ଣ ଜନ୍ମଭୂମି ପରିସରରେ ଏକ ମନ୍ଦିରକୁ ଭାଙ୍ଗି ୧୩ ଦଶମିକ ୩୭ ଏକର ଜମି ବିଶିଷ୍ଟ କାଟରା କେଶବ ଦେବ ମନ୍ଦିର ପରିସରରେ ଇଦଗା ମସଜିଦ ନିର୍ମାଣ କରିଥିଲେ ।

ଆହୁରି ମଧ୍ୟ ଶ୍ରୀକୃଷ୍ଣ ଜନ୍ମଭୂମି ସେବା ସଂଘ ବନାମ ଶାହି ଇଦଗା ମଧ୍ୟରେ ୧୯୬୮ରେ ହୋଇଥିବା ଚୁକ୍ତିକୁ ବାତିଲ କରିବା ଲାଗି ମଧ୍ୟ ପିଟିସନରେ ଦାବି କରାଯାଇଛି।

Latest Posts

Don't Miss