ନନ୍ଦିଘୋଷ ଟିଭିର ମହାପ୍ରଭାବ : ମହଙ୍ଗା ପଡ଼ିଲା ଲ୍ୟାମ୍ପସରେ ଦୁର୍ନୀତି

ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭି ଖବର ପ୍ରସାରଣର ପ୍ରଭାବ। ମହଙ୍ଗା ପଡ଼ିଲା ଲ୍ୟାମ୍ପସରେ ଦୁର୍ନୀତି କରିବା। ପରିଚାଳନା ପରିଷଦ କମିଟିକୁ ସସପେଣ୍ତ କରିଛି ସମବାୟ ବିଭାଗ । ମାଲକାନଗିରି ଜିଲ୍ଲା ବହୁ ଚର୍ଚ୍ଚିତ ମାଥିଲି ଲ୍ୟାମ୍ପସରେ ପରିବାରବାଦ ଆଳରେ କୋଟି କୋଟି ଟଙ୍କା ଦୁର୍ନୀତି ନେଇ ଅଭିଯୋଗ ପରେ କମିଟିକୁ ସସପେଣ୍ତ କରିଛନ୍ତି ମାଲକାନଗିରି ଡିଆରସିଏସ୍ ଥିଓଫିଲ ଶବର । କମିଟିକୁ ସସପେଣ୍ତ କରାଯିବା ସହ ଏସ୍ଏଆରସିଏସ୍ ଓ ଡିଆରସିଏସ୍ ତଦନ୍ତ ନ ସରିବା ଯାଏଁ ଲ୍ୟାମ୍ପସର ଦାୟିତ୍ବ ନେବେ । ସମବାୟ ବିଭାଗ ତରଫରୁ ମାଥି୍ଲି ଲ୍ୟାମ୍ପସ ଦୁର୍ନୀତିର ଖୋଳତାଡ ହୋଇଛି। ସାର ଦୁର୍ନୀତି ଠାରୁ ଆରମ୍ଭ କରି ପରିବାରବାଦ ଆଳରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ନିର୍ଦ୍ଦେଶକଙ୍କ ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମାଲକାନଗିରି ସମବାୟ ବିଭାଗ ଆକ୍ସନ ମୋଡରେ ଆସିଛି।