ବନ୍ଧାହେଲେ ସୁନେଲି ସ୍ବପ୍ନର ସୌଦାଗର ବନିଥିବା ‘ମାତାଜି’

1 min read

ଭୁବନେଶ୍ୱର : ହିମାଳୟରୁ ପବନରେ ଆସୁଥିଲା ହୁକୁମ୍ ।  ରାଜଧାନୀରେ ରାଣୀ ମା’ ଲୁଟୁଥିଲେ ଟଙ୍କା । ସ୍ବାମୀ ତ୍ରୀକାଳଦର୍ଶୀ, ସ୍ତ୍ରୀ କରୁଥିଲା ଝଡାଫୁଙ୍କା । ବନ୍ଧାହେଲେ ସୁନେଲି ସ୍ବପ୍ନର ସୌଦାଗର ବନିଥିବା ମାତାଜି । ପୂର୍ବରୁ ବନ୍ଧା ହୋଇଥିଲେ ୪୨୦ ବାବା  ।  କୋଟି କୋଟି ଟଙ୍କାର ଉନ୍ନତି ହେବ, ବ୍ୟବସାୟରେ ଲାଭ ମିଳିବ । ରୋଗରୁ ମୁକ୍ତି ମିଳିବ ଆଉ ସନ୍ତାନ ବି ପ୍ରାପ୍ତି ହେବ । ହିମାଳୟରେ ରହୁଥିବା ବାବା ଚମତ୍କାର କରିବେ କହି ମଡ଼ର୍ନ ମାତା ଲୁଟିନେଲେ ଲକ୍ଷାଧିକ ଟଙ୍କା । ଆପଣଙ୍କୁ ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଘଟିଛି ବଡ଼ଗଡ଼ ଥାନା ଅଞ୍ଚଳରେ । ଅନ୍ଧବିଶ୍ବାସର ଶିକାର ବ୍ୟବସାୟୀ ଦମ୍ପତ୍ତି ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି, ଫୋନକଲ ଓ ସାକ୍ଷୀଙ୍କ ବୟାନ ଆଧାରରେ କରିତକର୍ମା ମହିଳା ରିନି ସାହୁଙ୍କୁ ଗିରଫ କରିଛି । ପୂର୍ବରୁ ରିନିଙ୍କ ସ୍ବାମୀ ସ୍ପର୍ଶକାନ୍ତ ସାହୁଙ୍କୁ ଗତ ମାସ ୨୧ ତାରିଖରେ ଗିରଫ କରିଥିଲା ପୋଲିସ । ପ୍ରଥମେ ଶୁଣନ୍ତୁ ଏ ହାତସଫେଇ ସମ୍ପର୍କରେ କଣ’ କହୁଛନ୍ତି ଏସିପି ।Jbs Mart in Laxmi Sagar,Bhubaneshwar - Best General Stores in Bhubaneshwar - Justdial

ବଡ଼ଗଡ଼ କେନାଲ ରୋଡରେ ଅଭିଯୋଗକାରୀଣୀଙ୍କ ଏକ ସପିଂ ମାର୍ଟ ରହିଛି । ୨୦୨୨ ମସିହାରେ JBS mart ଆସିଥିବା ବେଳେ ମାଲିକଙ୍କ ସହ ଘନିଷ୍ଠ ସମ୍ପର୍କରେ ଆସିଥିଲେ ରିନି । ଚତୁରତାର ସହ ସିସିଟିଭିର ଆସେସ ନେଇଥିଲେ । ଗୁଣି ଗାରେଡି କରିବା ସହ ତ୍ରିକାଳଦର୍ଶୀ ବାବା ସବୁ ଜାଣିପାରୁଥିଲେ ବୋଲି ମଲ ମାଲିକ ଓ ତାଙ୍କ ପତ୍ନୀଙ୍କୁ କହିଥିଲେ । ସିସିଟିଭିରେ କେଉଁ ରଙ୍ଗର ପୋଷାକ ପିନ୍ଧୁଛନ୍ତି ଜାଣିବା ପରେ, ଭଣ୍ଡ ବାବା ଆରମ୍ଭ କରୁଥିଲେ ଭବିଷ୍ୟବାଣୀ । ଆଜି ନାଲି କାଇଁ ପିନ୍ଧିଛ ? ତୁରନ୍ତ ବଦଳାଇ ଧଳା ପିନ୍ଧ, ତୁମ ରିଷ୍ଟ ଖଣ୍ଡନ ହେବ। ଏସବୁ ପଛରେ  ଉଦ୍ଦେଶ୍ୟ ଥିଲା ଘରେ ଥିବା ସୁନା ଗହଣା ଲୁଟିବା ସହ ବ୍ୟବାସୟିକ ପ୍ରତିଷ୍ଠାନକୁ କବ୍‌ଜାକୁ ନେବା  । ହେଲେ ଶେଷରେ ବାବା ଓ ମାତାଙ୍କ ଭାଣ୍ଡାଫୋଡ କରିଛି କମିଶନରେଟ ପୋଲିସ  ।