spot_img

Latest Posts

ବିହାର ବିଧାନସଭା ନିର୍ବାଚନ : ଆରଜେଡି ନେତା ତେଜସ୍ଵୀ ଯାଦବଙ୍କ ମାଷ୍ଟରଷ୍ଟ୍ରୋକ

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନକୁ ନେଇ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କ ମାଷ୍ଟରଷ୍ଟ୍ରୋକ। ନିର୍ବାଚନକୁ ନେଇ କଲେ ବଡ଼ ଘୋଷଣା। ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ପେନସନ। ପ୍ରତି ପ୍ରତିନିଧିଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ଦିଆଯିବ। ଏହା ସହ ପ୍ରତିନିଧିଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଏହା କହିଛନ୍ତି ଆରଜେଡି ନେତା ତେଜସ୍ଵୀ ଯାଦବ। ବିହାର ଜନତା ପରିବର୍ତ୍ତନ ପାଇଁ ଆଗ୍ରହୀ ବୋଲି କହିଛନ୍ତି ତେଜସ୍ଵୀ। ବର୍ତ୍ତମାନର ନୀତିଶ କୁମାର ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ବିହାରରେ ୨୦ ବର୍ଷ ଧରି ଏକ ଅକର୍ମା ସରକାର ଚାଲିଛି। ଆଉ ଏବେ ଜନସାଧାରଣ ପରିବର୍ତ୍ତନ ପାଇଁ ଆଗ୍ରହୀ।

ଲୋକମାନେ ବର୍ତ୍ତମାନର ସରକାରରୁ ମୁହଁ ଫେରାଇ ବିହାର ସରକାରଙ୍କୁ ବଦଳାଇବାକୁ ଚାହୁଁଛନ୍ତି। ଏହି ସରକାରେ ଦୁର୍ନୀତି ଏବଂ ଅପରାଧ ବ୍ୟାପକ ଭାବରେ ବୃଦ୍ଧି ପାଇଛି। ଲୋକମାନେ ବିଜେପିକୁ ବୁଝିପାରିଛନ୍ତି। ବିହାରରେ ଜାଣିଶୁଣି କାରଖାନା ସ୍ଥାପନ କରିବାକୁ ଦିଆଯାଇ ନଥିଲା। ମହାମେଣ୍ଟର ୧୭ ମାସ ସରକାରରେ ବହୁତ କାମ ହୋଇଥିଲା। ଆଗକୁ ମହାମେଣ୍ଟ ଲାଗି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରିବେ। ବିହାରର ଲୋକମାନେ ପୂର୍ବ ସରକାରଙ୍କୁ ୨୦ ବର୍ଷ ଦେଇଥିଲେ। ଏବେ ଆମେ କେବଳ ୨୦ ମାସ ମାଗୁଛୁ। ଏଥିରେ ପଞ୍ଚାୟତ ପ୍ରତିନିଧିଙ୍କ ସମ୍ମାନ ଦୁଇଗୁଣ କରାଯିବ। ଏହା ବ୍ୟତୀତ, ସୁନା କାରିଗର, ନାପିତ, କମାର ଏବଂ ବଢ଼େଇ ବୃତ୍ତିରେ ଜଡିତ ବ୍ୟକ୍ତିମାନଙ୍କୁ ଆତ୍ମନିଯୁକ୍ତି ପାଇଁ ୫ ଲକ୍ଷ ଟଙ୍କା ଏକକାଳୀନ ମିଳିବ। ତେଜସ୍ୱୀ ଯାଦବ ବିହାରରେ ଶିଳ୍ପ ଅଭାବ ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।ବଡ଼ ବଡ଼ କାରଖାନା ଏବଂ ଆଇଟି ପାର୍କ ସବୁକୁ ଗୁଜରାଟକୁ ନିଆଯାଇଛି। ବିହାର ପ୍ରତି ଅବହେଳା ସହ ବିଶ୍ୱାସଘାତକତା କରାଯାଇଛି ବୋଲି କହିଛନ୍ତି ତେଜସ୍ଵୀ ଯାଦବ।

Latest Posts

Don't Miss