ଚାଉଳ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ଜବତ ବାଣର ଆନୁମାନିକ ମୂଲ୍ୟ ୨ରୁ ୩ ଲକ୍ଷ ଟଙ୍କା
1 min read
ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଛତ୍ରପୁର ପାର୍କ ସାହିରୁ ଲକ୍ଷାଧିକ ଟଙ୍କାର ବାଣ ଜବତ । ଗତକାଲି ବିଳମ୍ବିତ ରାତିରେ ଛତ୍ରପୁର ଏନଏସି ଅନ୍ତର୍ଗତ ପାର୍କ ସାହିରେ ଥିବା ଏକ ଚାଉଳ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି l ଛତ୍ରପୁର ଥାନା ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ କରାଯାଇଥିଲା । ଏହି ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ ହୋଇଥିବା ବେଳେ ଦୋକାନୀକୁ ଅଟକ ରଖାଯାଇଛି । ଏହି ଚଢ଼ଉରେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ମାଜିଷ୍ଟ୍ରେଟ ଭାବେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ ଏବଂ ପୁଲିସ ଫୋର୍ସ ସାମିଲ ଥିଲେ l ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୨ ରୁ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଅଞ୍ଚଳରେ ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।