ଏମିତି ଏକ ଖାଦ୍ୟ ଯାହାପାଇଁ ଲାଗେ ଗ୍ରାହକଙ୍କ ୧.୫ କିଲୋମିଟରର ଲମ୍ବା ଲାଇନ

1 min read

କର୍ଣ୍ଣାଟକ: ଖାଇବାର ସ୍ୱାଦ ଏଠି ଲୋକଙ୍କୁ ହାତ ଠାରି ପାଖକୁ ଡାକେ । ଖାଦ୍ୟର ବାସ୍ନା ପାଖରେ ହଜିଯିବା ପାଇଁ ବାଧ୍ୟ କରେ । ଭୋରୁ ଭୋରୁ ଏଠି ଦୋକାନ ବାହରେ ଲମ୍ବା ଲାଇନ ଲାଗେ । ଆପଣ ମାନେ ଭାବୁଥିବେ ଆମେ କାହା କଥା କହୁଛୁ । ଆମେ କହୁଛୁ ଏମିତି ଏକ ଖାଦ୍ୟ, ଯାହା ଲୋକଙ୍କୁ ୫୦-୫୦ କିଲୋମିଟରରୁ ବି ନିଜ ପାଖକୁ ଟାଣି ଆଣେ । ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପାଇଁ ବାଧ୍ୟ କରେ । ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ କିଛି ଅଲଗା ଏବଂ ଭଲ ଖାଦ୍ୟ ଖୋଜନ୍ତି । ଭାରତର ମସଲା ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଏବଂ ଏଠାରେ ଖାଦ୍ୟ ମଧ୍ୟ ଭିନ୍ନ ଅଟେ । ଖଟା ମିଠା ସହିତ ରାଗର କମ୍ବିନେସନ ଭାରତୀୟ ଖାଦ୍ୟର ଏକ ଅଙ୍ଗ କହିଲେ ଚଳେ । ସେଥିପାଇଁ ଦେଶରେ ଏମିତି ଅନେକ ଦୋକାନ ରହିଛି ଯିଏ ନିଜର ସ୍ୱାଦ ପାଇଁ ପରିଚିତ ।

 

ତେବେ ଆଜିର ଯୁବ ପୀଢ଼ି ସାଉଥ୍‌ ଫୁଡ଼କୁ ଅଧିକ ପସନ୍ଦ କରନ୍ତି । ସେଥି ମଧ୍ୟରେ ବିରିୟାନି ହେଉଛି ଏକ ପସନ୍ଦିତା ଖାଦ୍ୟ । ତେବେ ଏମିତି ଏକ ଦୋକାନ ରହିଛି ଯେଉଁଠାରେ ବିରିୟାନୀ ପାଇଁ ଲାଗେ ଲମ୍ବା ଲାଇନ୍‌ । ଏହି ଦୋକାନଟି ରହିଛି କର୍ଣ୍ଣାଟକରେ । ଏହି ଦୋକାନର ବିରିୟାନୀ ଖାଇବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇ ରହିଥାନ୍ତି ।

 

ହଁ, କର୍ଣ୍ଣାଟକର ହୋସକୋଟେ ସହରରେ ଥିବା ଏହି ଦୋକାନରେ ବିରିୟାନୀ ଗ୍ରାହକଙ୍କର ଲମ୍ବା ଲାଇନ ଦେଖିବାକୁ ମିଳେ । ଆନନ୍ଦମ ବିରିଆନି ଖାଇବାକୁ ଲୋକେ ୫୦ କିଲୋମିଟର ଦୂରରୁ ଆସିବାକୁ ମନଉଣା କରନ୍ତି ନାହିଁ । ଦୀର୍ଘ ୨୨ ବର୍ଷରୁ ଲୋକଙ୍କ ମନ ଜାଣି ବିରିୟାନୀ ପରଷୁଛି ଆନନ୍ଦମ ବିରିୟାନୀ ଷ୍ଟଲ । ଏଥିରେ କେବଳ ପ୍ରାକୃତିକ ମସଲା ଦିଆଯାଇଥାଏ ବୋଲି ଦୋକାନର ମାଲିକ କହିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି, ପ୍ରତି ଦିନ ୧୦୦୦ କେଜିର ବିରିୟାନୀ ଏଠାରେ ରନ୍ଧାଯାଇଥାଏ । ଗ୍ରାହକ ମାନେ ଏଠାକୁ ବିରିୟାନୀ ନେବା ପାଇଁ ଭୋର ୪ଟାରୁ ଆସି ସକାଳ ୬ଟାରେ ବିରିୟାନୀ ପାଇଥାନ୍ତି ବୋଲି କିଛି ଗ୍ରାହକ କହିଛନ୍ତି ।

ବିରିୟାନୀ ପାଇଁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଏଠାରେ ଲାଇନ ଲାଗିଥାଏ । ଆନନ୍ଦମ ଦୋକାନର ଖାଦ୍ୟ ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାରୁ ଲୋକମାନେ ଏଠାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି ।

Leave a Reply