କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୯ ମୃତ

1 min read

ନୂଆଦିଲ୍ଲୀ: ପୁଣି ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଜୀଅନ୍ତା ଜଳିଗଲେ ୯ ଜଣ । ବିଳମ୍ବିତ ରାତିରେ କିରାରି ଅଞ୍ଚଳର ଏକ ୪ ମହଲା ବିଲ୍ଡିଂରେ ନିଆଁ ଲାଗିଥିଲା । ପ୍ରଥମେ ନିଆଁ ତଳ ମହଲାରେ ଥିବା ଏକ କପଡ଼ା ଗୋଦାମରେ ଲାଗିଥିଲା । ଚାହୁଁ ଚାହୁଁ ୪ ମହଲାକୁ ବ୍ୟାପି ଯାଇଥିଲା ନିଆଁ । ସମସ୍ତେ ଶୋଇଥିବାରୁ କେହି କିଛି ବୁଝିବା ପୂର୍ବରୁ ନିଆଁ ପୂରା ବିଲ୍ଡିଂକୁ କରାୟତ୍ତ କରି ନେଇଥିଲା ।ଖବର ପାଇ ଦମକଳ ବାହିନୀ ନିଆଁ ଲିଭାଇଥିଲା । ୧୨ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ରାତି ପ୍ରାୟ ୧୨ଟା ବେଳେ ପ୍ରଥମେ ଗୋ ଡାଉନରେ ଥିବା କପଡ଼ା ଗୋଦାମରେ ନିଆଁ ଲାଗିଥିଲା । ପରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ନିଆଁ ଉପରକୁ ବ୍ୟାପି ଯାଇ ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି ।

ପୂର୍ବରୁ ଡିସେମ୍ବର ୭ ତାରିଖରେ ଝାନ୍ସି ରୋଡ ସ୍ଥିତ ପରିବା ମଣ୍ଡିପେ ନିଆଁ ଲାଗିଥିଲେ । ଏଥିରେ ପ୍ରାୟ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

https://nandighoshatv.combuilding-owner-arrested-in-delhi-fire-tragedy/

Leave a Reply