ଜବଲପୁରର ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ; ୮ଜଣ ଜୀବନ୍ତ ଦଗ୍ଧ

ଭୋପାଳ: ଜବଲପୁରର ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଘଟଣ ପ୍ରାୟ ୮ଜଣଙ୍କ ମୃତ୍ୟୁ ସୂଚନା । ଅଗ୍ନିକାଣ୍ଡରେ ଭିଡିଓରେ ବହୁ ଉଚ୍ଚକୁ ଧୂଆଁ ଉଠିଥିବା ଦେଖିବାକୁ ମିଳିଛି । ନ୍ୟୁ ଲାଇଫ୍ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ସଦ୍ୟ ସୂଚନା ମୁତାବକ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଦମକଳ ବାହିନୀର ୪ଟି ଟିମ୍ ଉଦ୍ଧାରକାର୍ଯ୍ୟରେ ଲାଗିଥିବା ବେଳେ ସମସ୍ତ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଉଦ୍ଧାର କରାଯାଇଥିବା ନେଇ ଜବଲପୁର ଚିଫ୍ ସୁପରିଣ୍ଟେଣ୍ଡେଣ୍ଟ ଅଖିଳେଶ ଗୌର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ମୃତକଙ୍କ ପରିବାରଙ୍କ ପିଛା ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।