ଉତ୍ତରାଖଣ୍ଡରେ ହିମସ୍ଖଳନ: ୧୦ ମୃତ, ୧୭୦ ନିଖୋଜ

1 min read

ଡେରାଡୁନ୍: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ । ଚମେଲି ଜିଲ୍ଲାର ଯୋଶୀମଠରେ ବରଫ ପାହାଡ଼ ଧସି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ଜଳ ପ୍ରଳୟରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ପ୍ରାୟ ୧୭୦ରୁ ଅଧିକ ଲୋକ ଏବେବି ନିଖୋଜ ଥିବା ଆଶଙ୍କା କରାଯାଉଛି ।

ଏହି ପ୍ରଳୟରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଥିବା ବେଳେ ମୃତକଙ୍କ ପରିବାରକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷର କ୍ଷତିପୂରଣ ଘୋଷଣା କରାଯାଇଛି । ମୃତକଙ୍କ ମଧ୍ୟରେ ଏନଟିପିସିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଅଧିକ ଥିବା ଆଶଙ୍କା କରିଛି ପ୍ରଶାସନ।

ITBP ଯବାନଙ୍କ ସହିତ NDRF ଓ SDRG ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆକାଶ ମାର୍ଗରୁ ରେସକ୍ୟୁ ଅପରେସନ୍ ଚାଲିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ପ୍ରାୟ ୬ ଶହ ଯବାନ ଓ ଅନେକ ହେଲିକପ୍ଟର ନିୟୋଜିତ ହୋଇଛି । ଚମେଲି ଜିଲ୍ଲାର ଯୋଶୀମଠରେ ବରଫ ପାହାଡ ଭାଙ୍ଗିବା ଫଳରେ ସୃଷ୍ଟି ହୋଇଥିଲା ହିମସ୍ଖଳନ । କେହି କିଛି ବୁଝିବା ଆଗରୁ ପ୍ରଖର ସ୍ରୋତରେ ପୋକ ମାଛି ପରି ଚାଲି ଯାଇଥିଲା ଅନେକ ଜୀବନ ।

ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀରେ ବଡ ଧରଣର ବନ୍ୟା ଆସିବା ଫଳରେ ନଦୀର ତଳିଆ ଅଞ୍ଚଳରେ ଥିବା ଲୋକେ ଭାସି ଯାଇଥିଲେ। ଅନେକ ଗାଁ ଖାଲି କରାଯାଇଥିବା ବେଳେ ବହୁ ଲୋକଙ୍କ ଘର ଭାଙ୍ଗିଯାଇଥିଲା । ଏହାବ୍ୟତୀତ ଋିଷିଗଙ୍ଗା ପାଓ୍ୱାର ପ୍ରକଳ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ତପୋବନ ବ୍ୟାରେଜ, ଶ୍ରୀନଗର ଡ୍ୟାମ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏନଟିପିସି ପକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷର କ୍ଷତିପୂରଣ ଘୋଷଣା କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave a Reply