ରାଜଧାନୀରେ ପ୍ରତ୍ୟେକ ଦିନ ୧୦ ହଜାର ଟିକା ଦେବା ନେଇ ବିଏମ୍‌ସିର ଲକ୍ଷ୍ୟ

ଭୁବନେଶ୍ୱର: ଆରମ୍ଭ ହୋଇଛି ମାସ୍ ଭ୍ୟାକ୍ସିନେସନ୍ । ଏହି ଟିକାକରଣରେ ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ହୋଇପାରିବେ ସାମିଲ । ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ଟାର୍ଗେଟ ରଖାଯାଇଛି । ଏଥିପାଇଁ ଉଭୟ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ କରାଯାଇଛି ବ୍ୟବସ୍ଥା । ଭୁବନେଶ୍ବରରେ ଦୈନିକ ୬ ହଜାର ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୪ଟି ସରକାରୀ ଓ ୩୧ଟି ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି ।

ଟାର୍ଗେଟ ଠାରୁ ଅଧିକ ଅନ୍ୟୁନ ୧୦ହଜାର ଟିକାଦାନ ପାଇଁ ବିଏମସି ପ୍ରସ୍ତୁତ ଥିବା କହିଛନ୍ତି କମିଶନର । ସେପଟେ କ୍ୟାପିଟାଲ ହସ୍ପିଟାଲରେ ଦୈନିକ ଅନ୍ୟୁନ ଏକ ହଜାର ଟିକାଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ରବିବାର ଛୁଟିଦିନରେ ବି ଦିଆଯିବ ଟିକା । ଟିକାକରଣ ଲକ୍ଷ୍ୟପୂରଣ ପାଇଁ ସରକାର ଉଦ୍ୟମ କରିଛନ୍ତି ।

ଏନେଇ ଜିଲ୍ଲାପାଳ, ସିଡିଏମଓ, ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟବିଭାଗ । ସେପଟେ ରାଜ୍ୟରେ ଗତକାଲି ଆଉ ୩୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୦ଜଣଙ୍କୁ ଚିହ୍ନଟ କରାଯାଇଛି । ସେପଟେ ସଂକ୍ରମଣ ବଢୁଥିବାରୁ ଭୁବନେଶ୍ବରରେ ଆଜି ଗୁଡ୍ ଫ୍ରାଇଡେ ଉପରେ କଟକଣା ଲଗାଇଛି ବିଏମସି ।

Leave a Reply