ଲକ୍ଷ୍ନୌ: ଗଙ୍ଗା ନଦୀରେ ଭାସୁଛି ଶବ । ବିହାରରୁ ଉତ୍ତରପ୍ରଦେଶ ସବୁ ଘାଟରେ କୁଢ କୁଢ ମୃତ ଦେହ । ପ୍ରଶାସନର ଅଜାଣତରେ ଲୋକେ ମୃତ କରୋନା ରୋଗୀଙ୍କ ମୃତ ଦେହ ଭସାଇଦେଉଥିବା ଅଭିଯୋଗ ହୋଇଛି । କିନ୍ତୁ ଉତ୍ତରପ୍ରଦେଶର କନ୍ନାଉଜ ଗଙ୍ଗା ଘାଟରେ ଶହ ଶହ ଶବ ପୋତାଯାଇଛି । ଏତେ ସଂଖ୍ୟକ କରୋନା ଆକ୍ରାନ୍ତଙ୍କ କିପରି ମୃତ୍ୟୁ ଘଟିଲା ଏବଂ କିଏ ଗଙ୍ଗା ନଦୀରେ ଏମାନଙ୍କୁ ଭସାଇଛି, ତାହାକୁ ନେଇ ପ୍ରଶ୍ନ ଉଠିଛି । ବିଶେଶକରି ଏଠାରେ କିଏ ସମାଧି ଦେଇଛି ତାହା ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି  ।

ଖବର ମୁତାବକ ଉତ୍ତରପ୍ରଦେଶରେ ସମୁଦାୟ ୨୦୦୦ ପରେ ମୃତ ଦେହ ଜବତ ହେଲାଣି । ସେଥି ମଧ୍ୟରୁ ମାତ୍ରାଧିକ ମୃତବ୍ୟକ୍ତିଙ୍କ ଶରୀର ଗାଜିଆବାଦ, କାନପୁର, ଉନ୍ନାଓ, କନୌଜ ଘାଟରୁ ଉଦ୍ଧାର କରାଯାଇଛି । ସେଥି ମଧ୍ୟରୁ କନୌଜ ଘାଟରୁ ଦୁଇ ଶହରୁ ଅଧିକ ମୃତ ଶରୀରକୁ ଘାଟରେ ସମାଧି ଦିଆଯାଇଥିବା ଜାଣିବାକୁ ମିଳିଛି । ପ୍ରଶାସନ ମୃତକଙ୍କ ତାଲିକା ଲୁଚାଉଥିବା ଅଭିଯୋଗ ହେଉଛି ଅନ୍ୟପଟେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇନାହିଁ ବୋଲି କୁହାଯାଉଛି  । କିନ୍ତୁ ବାସ୍ତବରେ ସମାଧି ଦିଆଯାଇଥିବା ଲୋକ କିଏ ? ସେମାନଙ୍କର ମୃତ୍ୟୁ କରୋନାରେ ହୋଇ ନାହିଁ ତ ? ଯଦି ହୋଇଛି ତେବେ ଏହାର ତାଲିକା କାହିଁକି ପ୍ରଶାସନ ଲୁଚାଉଛି ବୋଲି ପ୍ରଶ୍ନ ଉଠିଛି  ।

ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ କହିବା ମୁତାବକ ଘାଟରେ ପ୍ରତିଦିନ ଶବ ଭାସୁଥିବା ଦେଖିବାତକୁ ମିଳିଛି । କିନ୍ତୁ ପ୍ରଶାସନ ଏହି ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ଖୋଦ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଙ୍ଗା ଘାଟରୁ ଶବ ଉଦ୍ଧାର ହେଉଛି, ତେଣୁ କେତେ ଲୋକଙ୍କ ମୃତଦେହ ଏଠାରେ ସମାଧି ଦିଆଯାଇଛି ତାହା ପ୍ରଶାସନ ଠାରୁ ଭଳ ଭାବେ ସ୍ଥାନୀୟ ଲୋକ ଜାଣିଥିବା ଦାବି କରିଛନ୍ତି ।

Leave a Reply