ପୂଜା ପରେ ସୁଧୁରିବ ସ୍ଥିତି, ଖୋଲିପାରେ ସ୍କୁଲ

ଭୁବନେଶ୍ୱର: ଦୀର୍ଘ ଦିନର ବିଦ୍ୟାଳୟ ଛୁଟିରେ ଲାଗିପାରେ ବ୍ରେକ  । ପୁଣି ଥରେ ଖୋଲିପାରେ ରାଜ୍ୟର ସମସ୍ତ ସ୍କୁଲ  । କୋଭିଡ କଟକଣା ଯୋଗୁ ସ୍କୁଲ ବନ୍ଦ ଥିବାବେଳେ ଅନ ଲାଇନରେ ପିଲାଙ୍କର ପାଠ ପଢା ଚାଲିଛି  । ତଥାପି ବିଦ୍ୟାର୍ଥୀଙ୍କ ପ୍ରଥମରୁ ଅଷ୍ଟମ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ କରିଆସୁଥିଲେ ଅବିଭାବକ  । ତେବେ ପୂଜା ପରେ ସ୍ଥିତି ସୁଧୁରିବ  । ଏବଂ ଆଗାମୀ ଦିନରେ ପୁଣି ଥରେ ସ୍କୁଲ ଖୋଲିବା ନେଇ ଆଶା ପ୍ରକଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ। ତେବେ ଏଯାଏଁ ଅନଲାଇନରେ କ୍ଲାସ ଚାଲୁ ରହିଛି । ଅଭିଭାବକମାନେ ଦେଖିବା କଥା ଯେ ମୋବାଇଲ ଫୋନ ବ୍ୟବହାର କେବଳ ପାଠପଢା ପାଇଁ ପିଲାମାନେ କରିବେ। ଏବଂ ଭଗବାନଙ୍କ କୃପାରୁ ପୂଜା ପରେ କୋଭିଡ଼ ସ୍ଥିତିରେ ସୁଧାର ଆସିବା ସହ ବିଦ୍ୟାଳୟ ମାନ ଖୋଲିବ ବୋଲି ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ  ।

Leave a Reply