spot_img

Latest Posts

ସ୍କୁଲରେ SOPକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜଧାନୀରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବାହାରିଲାଣି। ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିବା ପରେ ଚିନ୍ତା ଆହୁରି ବଢ଼ିଯାଇଛି। ସେପଟେ କେନ୍ଦ୍ରୀୟ ବିଦ୍ୟାଳୟରେ କରୋନା ପଜିଟିଭ ବାହାରିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି। ଏପର୍ଯ୍ୟନ୍ତ ସରକାରଙ୍କ ଦ୍ଵାରା ପରିଚାଳିତ ସ୍କୁଲ ଏବଂ ହଷ୍ଟେଲରେ ଏଯାବତ କୌଣସି ପଜିଟିଭ ବାହାରି ନାହିଁ। କାରଣ ସେଠାରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ SOP କଡ଼ାକଡ଼ି ଭାବେ ପାଳନ କରାଯାଉଛି। କିନ୍ତୁ କେନ୍ଦ୍ରୀୟ ସ୍କୁଲ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ SOPକୁ ଠିକ୍‌ ଭାବରେ ପାଳନ ହେଉନଥିବାରୁ ସେଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି। ସେଥିପାଇଁ ସରକାରଙ୍କ SOPକୁ କଡ଼ାକଡ଼ି  ପାଳନ କରାଯିବା ଲାଗି ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ। ଏନେଇ ବିଭାଗ ମଧ୍ୟ ଗୁରୁତର ଭାବରେ ଦେଖୁଛି। ପ୍ରାଇଭେଟ ସ୍କୁଲ ଗୁଡିକ ଉପରେ ଜିଲ୍ଲା ପ୍ରସାସନ କଡା ନଜର ରଖିଛନ୍ତି। ତେବେ ସ୍କୁଲ ବନ୍ଦ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇନାହିଁ।

Latest Posts

Don't Miss