ଆସିଲା ଅପରେସନ ସିନ୍ଦୂରରେ ନିପାତ ଟପ୍ ଆତଙ୍କବାଦୀଙ୍କ ତାଲିକା

1 min read

ନନ୍ଦିଘୋଷ ବ୍ୟୁରୋ: ମାର୍ଚ୍ଚ୭ ତାରିଖ ରାତି । ଆକାଶରୁ ମୃତ୍ୟୁର ରୂପ ନେଇ ଖସିଲା ଭାରତୀୟ ରକେଟ୍ । ଛାରଖାର ହୋଇଗଲା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀଙ୍କ ଠିକଣା । ଭାରତର ଏହି ଏୟାର ଷ୍ଟ୍ରାଇକରେ ଶତାଧିକ ଆତଙ୍କବାଦୀ ନିପାତ ହେଲେ । ଏବେ ଆସିଛି ଏହି ଏୟାର ଷ୍ଟ୍ରାଇକରେ ମୃତ୍ୟୁ ଘଟିଥିବା ଟପ୍ ଆତଙ୍କବାଦୀଙ୍କ ତାଲିକା । ଏଥିରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହରର ଭାଇ ଅବଦୁଲ ରଉଫ ଅଜହର ସହ ଲସ୍କର-ଏ-ତୈୟବାର କାମଣ୍ଡର ଅବୁ ଜୁନ୍ଦାଲ ଏବଂ ଜୈଶର ଫଣ୍ଡ ରେଜର ହାଫିଜ ମହମ୍ମଦ । ଭାରତୀୟ ଗୁଇନ୍ଦା ଏଜେନ୍ସି ଅନୁସାରେ ମୁଦାସର ଖାଦିୟାନ ଖାସ, ହାଫିଜ ମହମ୍ମଦ ଜମିଲ, ମହମ୍ମଦ ୟୁସୁଫ ଅଜହର, ଖାଲିଦ (ଅବୁ ଅକାଶା) ଓ ମହମ୍ମଦ ହସନ ଖାନଙ୍କ ପରି ୫ ଟପ୍ ଆତଙ୍କବାଦୀଙ୍କର ଭାରତର ଏୟାର ଷ୍ଟ୍ରାଇକରେ ମୃତ୍ୟୁ ଘଟିଛି ।

ମହମ୍ମଦ ଅମିଲ ଓ ୟୁସୁଖ ଅଜହର ମୌଲାନା ମସୁଦ ଅଜହରର ଶଳା ଥିଲେ । ମୁଦଶର ଖାଦିୟାନା ଖାସ ମୁରିଦକେ ସ୍ଥିତ ଲଶ୍କର ଏ ତୈୟବାର ମୁଖ୍ୟାଳୟ ମରକଜ ତୈୟବାର ପ୍ରମୁଖ ଥିଲା । ୟୁସୁଫ ଅଜହର ଆଇସି-୮୧୪ ଅପହରଣ ମାମଲାରେ ଓ୍ବାଣ୍ଟେଡ ଥିଲା । ସେହିପରି ହସନ ଖାନ ପାକିସ୍ତାନରେ ଜୈଶ ଏ ମହମ୍ମଦର ଅପରେଶନାଲ କମାଣ୍ଡର ମୁଫତି ଅସଗର ଖାନ କଶ୍ମୀରୀ ଥିଲା । ଆସନ୍ତୁ ଜାଣିବା ଆତଙ୍କବାଦୀ ଆାକ୍ରମଣରେ ମୃତ ଆତଙ୍କବାଦୀଙ୍କ ପୂରା କୁଣ୍ଡଳି ।

ଅବୁ ଜୁନ୍ଦାଲ

ଆତଙ୍କବାଦୀ ସଙ୍ଗଠନ ଲଶ୍ମର ଏ ତୈୟବାର ସଦସ୍ୟ ଥିଲା । ମୁରିଦକେରେ ଲଶ୍ମରର ହେଡକ୍ବାଟର ମରକଜେ ତୈୟବାର ପ୍ରଭାରୀ ଥିଲା । ଏୟାର ଷ୍ଟ୍ରାଇକରେ ମୃତ ଏହି ଆତଙ୍କବାଦୀକୁ ପାକିସ୍ତାନ ସେନା ଗାର୍ଡ ଅଫ ଅନର ଦେଇଛି । ତା’ ଜନାଜେର ନମାଜ ଏକ ସରକାରୀ ସ୍କୁଲରେ ପଢ଼ା ଯାଇଥିଲା । ଏହାର ନେତୃତ୍ବ ଜେୟୁଡି (ଅଘୋଷିତ ଆତଙ୍କବାଦୀ ସଙ୍ଗଠନ)ର ହାଫିଜ ଅବଦୁଲା ରଉଫ ନେଇଥିଲା । ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନଓ୍ବାଜ ତାକୁ ମାଟି ଦେଇଥିଲେ ଓ ତା ପାଇଁ ଫାତିହା ପଢ଼ିଥିଲେ । ପାକିସ୍ତାନୀ ସେନାର ଜଣେ ଲେଫ୍ଟନାଣ୍ଟ ଜେନେରାଲା ଏବଂ ପଞ୍ଜାବ ପୋଲିସର ଆଇଜି ଅବୁ ଜୁନ୍ଦାଲ ନାମଜ ଏ ଜନାଜାରେ ସାମିଲ ହୋଇଥିଲେ ।

ହାଫଇଜ ମହମ୍ମଦ ଜମିଲ

ଜମିଲ ଜୈଶ ଏ ମହମ୍ମଦ ସହ ସମ୍ପୃକ୍ତ ଥିଲା ଓ ମୌଲାନା ମସୁଦ ଅଜହରର ବଡ଼ ଶଳା ଥିଲା । ବହବଲପୁରରେ ଥିବା ଜୈଶର ମୁଖ୍ୟାଳୟ ମରକଜ ସୁଭାନ ଅଲ୍ଲାହର ପ୍ରଭାରୀ ଥିଲା । ଯାହାକୁ ଭାରତ ଏୟାର ଷ୍ଟ୍ରାଇକରେ ଧ୍ବଂସ କରି ଦେଇଛି । ଯୁବବର୍ଗଙ୍କ ବ୍ରେନ ଓ୍ବାସ କରି ସେମାନଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରାଇବା କାମ କରୁଥିଲା । ଏହା ସହ ସଙ୍ଗଠନ ପାଇଁ ପାଣ୍ଠ ସଂଗ୍ରହ କରିବାର କାମ କରୁଥିଲା ।

ମହମ୍ମଦ ୟୁସୁଫ ଅଜହର

ୟୁସୁଫ ଓସ୍ତାଦ ଜୀ, ମହମ୍ମଦ ସଲିମ ଓ ଘୋସି ସାହବ ନାଁରେ ପରିଛିତ ଥିଲା । ସେ ଜୈଶର ଏକ ପ୍ରମୁଖ କମାଣ୍ଡର ଥିଲା । ମୌଲାନା ମସୁଦ ଅଜହରର ସମ୍ପର୍କରେ ଶଳା ଥିଲା ୟୁସୁଫ । ସଙ୍ଗଠନରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବା କାମ ତା’ ଉପରେ ନ୍ୟସ୍ତ ଥିଲା । ଅର୍ଥତ ଆତଙ୍କବାଦୀଙ୍କୁ ମିଳୁଥିବା ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣର ଦେଖାରଖା କରୁଥିଲା । ଜମ୍ମୁ ଓ କାଶ୍ମୀରରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ ତା’ର ସମ୍ପୃକ୍ତି ଥିଲା । ଏହାସହ ଆଇସି-୮୧୪ କନ୍ଧାର ହାଇଜ୍ୟାକରେ ବି ସମ୍ପୃକ୍ତ ଥିଲା ।

ଖାଲିଦ ଓରଫ ଅବୁ ଅକାଶା

ଲଶ୍ମର ଏ ତୈୟବା ସହ ସମ୍ପୃକ୍ତ ଥିଲା ଅବୁ ଅକାଶା । ଜମ୍ମୁ ଓ କାଶ୍ମୀରରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ ତା’ର ସମ୍ପୃକ୍ତି ଥିଲା । ଆଫଗାନିସ୍ତାନ ରାସ୍ତାରେ ଅସ୍ତ୍ରଶସ୍ତ୍ର ଚାଲଣ କରାଇବାରେ ତା’ର ବଡ଼ ଭୂମିକା ଥିଲା । ତାକୁ ଫୈସଲାବାଦର ଏକ କବରସ୍ଥାନରେ କବର ଦିଆଯାଇଛି । ଅକାଶାର ନମାଜ ଏ ଜନାଜାରେ ପାକିସ୍ତାନ ସେନାର ପରିଷ୍ଠ ଅଧିକାରୀ ଏବଂ ଫୈସଲାବାଦ ଡେପୁଟି କମିଶନର ସାମିଲ ହୋଇଥିଲେ ।

ମହମ୍ମଦ ହସନ ଖାନ

ମହମ୍ମଦ ହସନ ଖାନ ଜୈଶ ଏ ମହମ୍ମଦର ଜଣେ ଆଗଧାଡ଼ିର ଆତଙ୍କବାଦୀ ଥିଲା । ସଙ୍ଗଠନର ଅପରେସନାଲ କାମଣ୍ଡର ମୁଫିତ ଅସଗର ଖାନ କଶ୍ମୀରୀର ପୁଅ ଥିଲା ।

ସୂଚନାଯୋଗ୍ୟ, ଅପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ମେ’ ୭ ତାରିଖରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହି ଏୟାର ଷ୍ଟ୍ରାଇକରେ ଭାରତ ପକ୍ଷରୁ ୨୪ରୁ ଅଧିକ ମିଜାଇଲ ମାଡ଼ କରାଯାଇଥିଲା ।