ଇମ୍ରାନଙ୍କୁ ମରିୟମଙ୍କ ଉତ୍ତର, ଭାରତ ଏତେ ପସନ୍ଦ ସେଠିକି ସିଫ୍ଟ୍ ହୁଅ

ଇସଲାମାବାଦ: ପାକିସ୍ତାନ ରାଜନୀତି ଉପରେ ସଂକଟର ବଳୟରେ। ଆଜି ପାକିସ୍ତାନରେ ଜାରି ରହିଛି ରାଜନୈତିକ ସଙ୍କଟ। ଆଜି ପାକିସ୍ତାନରେ ଇମ୍ରାନ ଖାନ୍ଙ୍କ ସରକାର ରହିବ ନା ହାତରୁ ଯିବ ସେ ନେଇ ଫଇସଲା ହେବ। ଯେବେଠୁ ଇମ୍ରାନଙ୍କ ଉପରକୁ ସଙ୍କଟ ଆସିଲାଣି ସେବେଠୁ ସେ ଭାରତର ଭୁରି ଭୁରି ପ୍ରଶଂସା କରିବାରେ ଲାଗିଛନ୍ତି। ତେବେ ଏହାକୁ ନେଇ ବର୍ତ୍ତମାନ ଇମ୍ରାନକୁ ଟାର୍ଗେଟ କରିଛନ୍ତି ପାକିସ୍ତାନ ମୁସ୍ଲିମ୍ ଲିଗ୍ ନେତା ତଥା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ୍ ନୱାଜ ସରିଫ୍। ମରିୟମ ଇମ୍ରାନକୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯଦି ଭାରତକୁ ଆପଣ ଏତେ ଭଲ ପାଉଛନ୍ତି ତେବେ ପାକିସ୍ତାନ ଛାଡି ଭାରତକୁ ପଳାନ୍ତୁ।
ପ୍ରଥମେ ଇମ୍ରାନ ମାର୍ଚ୍ଚ ୨୭ରେ ଇସଲାମାବାଦରେ ଏକ ବିଶାଳ ଜନସଭାକୁ ସମ୍ବଧିତ କରିବା ସମୟରେ ସ୍ୱତନ୍ତ୍ର ବିଦେଶ ନୀତି ଆପଣେଇବା ନେଇ ଭାରତର ବହୁ ପ୍ରଶଂସା କରିଥିଲେ। ଏହାପରେ ଏପ୍ରିଲ ୮ରେ ପୁଣିଥରେ ଏନେଇ ମନଖୋଲି ଭାରତର ପ୍ରଶଂସା କରିଥିଲେ। ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଇମ୍ରାନ କହିଥିଲେ, ‘ହିନ୍ଦୁସ୍ତାନ ଓ ପାକିସ୍ତାନ ଏକା ସାଙ୍ଗରେ ସ୍ୱାଧିନ ହୋଇଥିଲେ। ଆଜି କିନ୍ତୁ ହିନ୍ଦୁସ୍ତାନ ସ୍ୱାଭୀମାନର ସହ ବଞ୍ଚିଛି। ଭାରତ ବିରୋଧରେ କହିବାର ଶାହସ କୌଣସି ମହାଶକ୍ତିର ନାହିଁ। ଋଷିଆ ଯୁଦ୍ଧ ଲଢୁଥିବା ସମୟରେ ମଧ୍ୟ ଭାରତ ତେଲ କିଣିବା ନେଇ ଚୁକ୍ତି କରିଛି। କମ୍ ଦାମରେ ଦେଶବାସୀଙ୍କୁ ତୈଳ ଯୋଗାଇଦେବାକୁ ନେଇ ଭାରତ କାର୍ଯ୍ୟ କରୁଛି। ପାକିସ୍ତାନ ରାଜନୀତିରେ ବାହ୍ୟ ଦେଶର ପ୍ରଭାବ ରହୁଛି, ଏଠି କ’ଣ ଘଟିବ ସେଠାରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି।
ତେବେ ଇମ୍ରାନଙ୍କ ଏଭଳି ମନ୍ତବ୍ୟ ଦେବାପରେ ମରିୟମ ଇମ୍ରାନଙ୍କ ପଉରେ ବହୁତ ରାଗି ଯାଇଛନ୍ତି। ସେ ସିଧା ସଳଖ ପାକିସ୍ତାନ ଇମ୍ରାନ୍ ଖାନ୍କୁ ଟାର୍ଗେଟ୍ କରି ଟ୍ୱିଟ୍ କରିଛନ୍ତି ଯେ ଏହି ସେ କହିଛନ୍ତି, ଆସନ ବଞ୍ଚାଇବା ପାଇଁ ପାଗଳ ହେଉଥିବା ଏହି ବ୍ୟକ୍ତିଙ୍କୁ କେହି ଜଣାଅ ଯେ ତାଙ୍କୁ ଆଉ କେହି ନୁହେଁ ତାଙ୍କ ଦଳ ହିଁ ବାହର ରାସ୍ତା ଦେଖାଇଛି। ଯଦି ଆପଣଙ୍କୁ ଭାରତ ଏତେ ପସନ୍ଦ ତେବେ ଭାରତକୁ ସିଫ୍ଟ ହେଇଯାଆନ୍ତୁ।’
ଏହାପରେ ମରିୟମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟିଙ୍କ ଉଦାହରଣ ଦେଇ ଲେଖିଛନ୍ତି, ‘ଯେଉଁମାନେ ଭାରତକୁ ଏତେ ପ୍ରଶଂସା କରୁଛନ୍ତି, ସେମାନେ ଜାଣିବା ଉଚିତ ଯେ ଭାରତର ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୨୭ଟି ଅନାସ୍ଥା ପ୍ରସ୍ତାବ ଆସିଥିବା ରେକର୍ଡ ରହିଛି। କିନ୍ତୁ ସମ୍ବିଧାନ, ଗଣତନ୍ତ୍ର ଏବଂ ନୈତିକତା ସହିତ କେହି ଖେଳିନାହାଁନ୍ତି। ଅଟଳ ବିହାରି ବାଜପେୟୀ ଗୋଟିଏ ଭୋଟରେ ହାରି ଘରକୁ ଯାଇଥିଲେ। କିନ୍ତୁ ସେମାନେ ତୁମ ପରି ଦେଶ, ସମ୍ବିଧାନ ଏବଂ ରାଷ୍ଟ୍ରକୁ ତୁମଭଳି ବନ୍ଧକ କରିନଥିଲେ।’
ସୂଚନାଯୋଗ୍ୟ, ପାକିସ୍ତାନର ରାଜନୀତି ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ଆଜି ପାକିସ୍ତାନ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବ। ଆଜି ଇମ୍ରାନଖାନଙ୍କ ଭାଗ୍ୟ ପରୀକ୍ଷା ହେବ। ଇମ୍ରାନ ଖାନ ସରକାର ରହିବେ କି ନାହିଁ, ଭୋଟ୍ ସରିବା ପରେ ହିଁ ଜଣାପଡ଼ିବ। ଇମ୍ରାନଙ୍କୁ ନିଜ ସରକରା ବଞ୍ଚାଇବାକୁ ମ୍ୟାଜିକ ନମ୍ବର ୧୭୨ ଛୁଇଁବାକୁ ପଡ଼ିବ।