ଫୁଲ୍ ଡିମାଣ୍ଡରେ ମାରୁତିର ଏସପ୍ରେସୋ
1 min readମାରୁତି ସୁଜୁକିର ମିନି ଏସୟୁଭି S-PRESSO ଲଞ୍ଚ ହେବର ମାତ୍ର ୧୦ ଦିନରେ ବଜାରରେ ହଲଚଲ ଖେଳି ଯାଇଛି । ସେପ୍ଟେମ୍ବର ୩୦ରେ ଲଞ୍ଚ ହୋଇଥିବା ଏହି ମିନି ଏସୟୁଭି ମାତ୍ର ୧୦ ଦିନରେ ୧୦ ହଜାର ବୁକିଂ ହୋଇ ସାରିଲାଣି ।
ବଜାରରେ ଥିବା ଏସୟୁଭି ସହ S-PRESSO ଦେଉଛି କଡା ଟକ୍କର । ୧୦ରୁ ଅଧିକ ନୂଆ ସେଫଟି ଫିଚର ସହ ବଜାରରେ ପ୍ରବେଶ କରିଥିବା ମିନି ଏସୟୁଭି S-PRESSO ପ୍ରଥମରୁ ଗ୍ରହକଙ୍କ ମନ ଜିଣି ସାରିଲାଣି । ଏହାର ଦାମ କମ ରହିଥିବାରୁ ନିଦ୍ଧିଷ୍ଟ ବର୍ଗର ଗ୍ରାକଙ୍କୁ ସୁହାଇବା ସହ ମାରୁତି ଉପରେ ଥିବା ଭରସା ଏହାର ବିକ୍ରିକୁ ଆହୁରି ସରଳ କରିଛି । ତା ଛଡା ଏହାର ଦମଦାର ଷ୍ଠାଇଲ ସହ ରହିଛି ବୋଲ୍ଡ ଫ୍ରଣ୍ଟ ଲୁକ ।
ଏଥିରେ ହାଇ ବନେଟ ଲାଇନ, କ୍ରୋମ ଗ୍ରିଲ ଓ ବଡ ହାଲୋଜିନ ହେଡ ଲ୍ୟାମ୍ପ ରହିଛି । ଫ୍ରଣ୍ଟ ଓ ରିୟର ବମ୍ପର ଅଧିକ ଓଜନଦାର ହୋଇଥିବାରୁ ଏହା ଲୁକ ଟିକେ ଅଲଗା ହୋଇଛି । ମାରୁତି ସୁଜୁକିର S-PRESSOରେ BS-6 ନିୟମ ଅନୁସାରେ ରହିଛି ପେଟ୍ରୋଲ ଇଞ୍ଜିନ ।
ତା ସହ ଏଥିରେ ୨୭ ଲିଟରର ଫୁଏଲ ଟ୍ୟାଙ୍କର ରହିଛି । ଯଦି ଏହାର ସେଫଟି ଫିଚର କଥା କହିବା ତେବେ ଏଥିରେ ୧୦ରୁ ଅଧିକ ସେଫଟି ଫିଚର ମଧ୍ୟ ରହିଛି । EBD ସହ ABS, ଡ୍ରାଇଭର ସାଇଡ ଏୟାରବ୍ୟାଗ,ରିୟର ପାର୍କିଙ୍ଗ ସେନସର,ସିଟ ବେଲ୍ଟ ରିମାଇଣ୍ଡର,ସ୍ପିଡ ଆଲଟ ସିସଟମ ସହ ଏହାର ଇଣ୍ଟେରିଓ ବି ଖୁବ ଆକଷର୍ଣିୟ ହୋଇଛି । ଏହା ସହ ମାରୁତି ସୁଜୁକିର ଏହି ମିନି ଏସୟୁଭି S-PRESSO ଅଧିକ ମାଇଲେଜର ବି ଦାବି କରୁଛି ।
')}