ଲୁହରେ ଭିଜୁଛି ଗାଁ ମାଟି, ପହଁଚିଲା ସହିଦଙ୍କ ମରଶରୀର

ଅନୁଗୁଳ: ଜନ୍ମ ମାଟିରେ ପହଁଚିଛି ସହିଦ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର  ।  ଅନୁଗୁଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁ କାନ୍ଦୁଛି । ସବୁଠି ଶୋକାକୂଳ ପରିବେଶ  । ସହିଦଙ୍କୁ ସଲାମ୍ ଓ ସହିଦ ଯୋଦ୍ଧା ଅମର ରହେ ଧ୍ୱନିରେ କମ୍ପି ଉଠିଛି ଗାଁ ଦାଣ୍ଡ  । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ମରଶରୀର ଭୁବନେଶ୍ୱର ବିମାନ ବନ୍ଦର ଆଣାଯାଇଥିଲା । ବିମାନବନ୍ଦରରେ ଗାର୍ଡ ଅଫର ଅନର ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହିଦଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତିର ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।

ଅପରାହ୍ନରେ ଗାଁ ପୁଅ ରାଣାପ୍ରତାରପଙ୍କ ମରଶରୀର ପହଁଚିଥିବାବେଳେ, ସମଗ୍ର ପରିବେଶ ଶୋକରେ ନିମଗ୍ନ  । ସମସ୍ତଙ୍କ ମନରେ ଏକ ବିରାଟ ଦୁଃଖର ଛାୟା  । କୋହ ଆଉ ଲୁହର ସମାଗମରେ ସମଗ୍ର ଗାଁ ଶୋକମୟ  ।  ପ୍ରେମ ଆଉ ସ୍ନେହର ବାର୍ତ୍ତା ବାଣ୍ଟି ଫେରିଥିବା ରାଣାପ୍ରତାପ ଦାସ ଫେରିଲା ବେଳକୁ ଏପରି ଅବସ୍ଥାରେ ପ୍ରତ୍ୟାବର୍ତ୍ତନ କରିବେ, ଏହା କଳ୍ପନା ବାହାରେ  ।  ଏହାସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇଲେ ।

। ବୁଧବାର ସିଡିଏସ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିଲେ ରାଣା ପ୍ରତାପ ଦାସ । ଭାରତୀୟ ବାୟୁସେନାରେ ସେ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ । ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ବର୍ଷକର ପୁଅଟିଏ ଅଛି । ସେ ବିହାରର ଗୟାରେ ବିବାହ କରିଥିଲେ । ରାଣାଙ୍କ ପତ୍ନୀ ଏୟାରଫୋର୍ସରେ ଡେଣ୍ଟିଷ୍ଟ ଥିଲେ । ୨ବର୍ଷ ହେଲା ଅବସର ନେଇଛନ୍ତି । ଆଉ କେଇଟା ବର୍ଷ ପରେ ଚାକିରିରୁ ଅବସର ନେଇ ବାପାମାଆଙ୍କ ସେବା କରିବେ ବୋଲି ମନସ୍ଥ କରିଥିଲେ ରାଣା ପ୍ରତାପ। ହେଲେ ବିଧିର ବିଧାନ ଥିଲା ଅଲଗା । ଆଜି ବାପାମାଆଙ୍କ ଆଗରେ ପୁଅର ଜଳିବ ଜୁଇ ।

Leave a Reply