ଜନ୍ମମାଟିରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ସହିଦ ନୁଦୁରାମ ସୋରେନଙ୍କୁ ଦିଆଗଲା ଅନ୍ତିମ ବିଦାୟ

ରାଇରଙ୍ଗପୁର: ସହିଦଙ୍କ ଶେଷଯାତ୍ରା । ବୀର ଯବାନଙ୍କ ପାଇଁ ଗର୍ବିତ ବଡ଼ଚମ୍ପାଓଦା ଗାଁ। ମାତୃଭୂମି ପାଇଁ ପ୍ରାଣବଳୀ ଦେଇଥିବା ନୁଦୁରାମ ସୋରେନ୍‌ ଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଇରଙ୍ଗପୁର ବଡ଼ଚମ୍ପାଓଦା ଗାଁ ସହ ଯୋଡ଼ି ହୋଇଯାଇଛି ବୀର ଯବାନଙ୍କ ନାଁ । ସୀମାରେ ଚୀନ୍‌କୁ ମାତ୍‌ ଦେଇ ସହିଦ ହୋଇଛନ୍ତି ନୁଦୁରାମ । ଫେବ୍ରୁଆରିରେ ନୁଦୁରାମ ଶେଷଥର ପାଇଁ ଗାଁକୁ ଆସିଥିଲେ । ଛୁଟି ସରିବା ପରେ ଏପ୍ରିଲରେ ଫେରିଥିଲେ। ହେଲେ କିଏ ଜାଣିଥିଲା ତ୍ରିରଙ୍ଗାରେ ଘୋଡ଼ାଇ ହୋଇ ଫେରିବେ ବୋଲି।

ସହିଦଙ୍କ ଶେଷ ଦର୍ଶନ କରିଛନ୍ତି ସାଂସଦ ବିଶେଶ୍ୱର ଟୁଡୁ ଓ ଅନ୍ୟ ବିଧାୟକ। ଗାଁଲୋକେ, ପରିବାର ସଦସ୍ୟ କାହା ଆଖିରୁ ଲୁହ ଶୁଖୁନି। ଏବେ ଅଫେରା ରାଇଜରେ ନୁଦୁରାମ । ହେଲେ ଯେବେବି ଦେଶପ୍ରେମ କଥା ଉଠିବ ତାଙ୍କ ବଳୀଦାନ ମନେପଡିବ। ବୀର ଯବାନଙ୍କୁ ଜନ୍ମମାଟିରେ ଦିଆଯାଇଛି ଗାର୍ଡ ଅଫ୍‌ ଅନର। ସେପଟେ ସହିଦ ନୁଦୁରାମ ସୋରେନ୍‌ଙ୍କ ସମ୍ମାନରେ ଦିନିକିଆ ବଜାର ବନ୍ଦ ଘୋଷଣା କରିଛି ରାଇରଙ୍ଗପୁର ବଣିକ ସଂଘ ।

ଆଜି ଜନ୍ମମାଟିକୁ ଫେରିବ ୨ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର

 

 

Leave a Reply