ସହିଦ ପତ୍ନୀଙ୍କ ଲୁହଭରା ବାର୍ତ୍ତା, ସେଦିନ ମୋତେ ପାପ ଛୁଉଁଥିଲା…

1 min read

ନନ୍ଦିଘୋଷ ବ୍ୟୁରୋ: ବୀର ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ଚିତାଗ୍ନି ଲିଭି ସାରିଛି  । ମାଟିରୁ ହଜିଯାଇଛି ଚାଙ୍କ ଅସ୍ତିତ୍ୱ । କିନ୍ତୁ ପାଦର ଚିହ୍ନ ଓ ସ୍ମୃତିର ସାଇତା ଛବି ଏବେ ସଭିଙ୍କୁ ଶବ୍ଦଶୂନ୍ୟ କରିଦେଇଛି  । ସାତ ଜନ୍ମର ସାଥି ହେବା ପାଇଁ ହୋମ ଅଗ୍ନି ଆଗରେ ସାତ ଘେରା ବୁଲିଥିବା ସେ ପତ୍ନୀ ଆଜି ଯେତେବେଳେ ସ୍ୱାମୀଙ୍କ ସ୍ମୃତିକୁ ସାଉଁଟିଥାଆନ୍ତି, ସେତେବେଳେ ଅବଲୋକନରେ ଆଖିର ଅଢୁଆଳରୁ ନିଗିଡ଼ି ଆସୁଥାଏ ପ୍ରେମ ଓ ପ୍ରୀତିର ଲୁହ  ।  କେମିତିବା ବା ସମ୍ଭବ ଯେ ? ଲିଭି ସାରିଥିବା ସିନ୍ଦୁରର ମୂଲ୍ୟକୁ କ୍ୟାମେରା ଆଗରେ ବଖାଣିବା କେତେ ଯେ ବେଦନାଦାୟକ କେବଳ ସେ ହିଁ ଜାଣନ୍ତି  । ତଥାପି ଉକୁଟି ଉଠୁଥିବା କୋହ, ସ୍ୱାମୀଙ୍କ ଚିତାଗ୍ନିକୁ ଦେଖି ଚାପି ହୋଇ ରହିଥିବା ଲୁହ କହୁଥାଏ, ମୋ ସ୍ୱାମୀ ମୋ ସାହାସ..

ସେଦିନ ମୋତେ ଭଲ ଲାଗୁନଥିଲା…

ଅନୁଗୁଳର ଯୋଦ୍ଧା ସନ୍ତାନ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି  । ପତ୍ନୀ ଶିବାଙ୍ଗୀ ସିଂହ ପ୍ରଥମଥର ପାଇଁ ନନ୍ଦିଘୋଷ ଟିଭିରେ ପ୍ରତିକ୍ରିୟା ଦେଇଛନ୍ତି । ସେଦିନ ତାମିଲନାଡ଼ୁର କନ୍ନୁର ଜିଲ୍ଲାରେ ସେନା ହେଲିକପ୍ଟର ଦର୍ଘଟଣା ହୋଇଥିବା ଖବର ଶୁଣିଲି  । ସବିଶେଷ ତଥ୍ୟ କିମ୍ବା କୌଣସି ଅଧିକାରୀଙ୍କ ନାଁ ପ୍ରକାଶ ପାଇନଥାଏ  । ମୃତାହତ ସୂଚନା ମଧ୍ୟ ପ୍ରକାଶ ପାଇନଥାଏ  । କିନ୍ତୁ ଅଜାଣତରେ କାହିଁକି କେଜାଣି ମୋତେ ବହୁତ ଡ଼ର ଲାଗିଥିଲା  ।  ମୋତେ ଲାଗୁଥିଲା ଯେମିତି ମୋ ସ୍ୱାମୀ ରାଣା ପ୍ରତାପ ହିଁ ସେହି ହେଲିକପ୍ଟରରେ ଅଛନ୍ତି  । ଏମିତ କିଛି କହିଛନ୍ତି ସହିଦ ଯବାନ ରାଣା ପ୍ରତାପଙ୍କ ପତ୍ନୀ ଶିବାଙ୍ଗୀ ସିଂହ  ।

ପରୋକ୍ଷରେ ସେ ମୋ ସାହାସ..

ସେ କହିଛନ୍ତି, ପରିବାରର ଏକମାତ୍ର ପୁଅ ଥିଲେ ରାଣା ପ୍ରତାପ  । ଘରେ ବୃଦ୍ଧ ବାପା-ମାଆ  । ଆଉ କୋଳରେ କେବଳ ଦେଢ ବର୍ଷର ପୁତ୍ର ସନ୍ତାନଟିଏ  । ସେ ଆଜି ଦୁନିଆରେ ନାହାଁନ୍ତି, ଏହାକୁ ବିଶ୍ୱାସ କରିବା ଅସମ୍ଭବ ହେଉଛି  । କାରଣ  ମୋ ସ୍ୱାମୀ ମୋର ସାହାସ ଥିଲେ  । ପ୍ରତିଟି ମୂହୂର୍ତ୍ତରେ ମୋତେ ବଳ ଦେଉଥିଲେ  । ବାହାରେ ରହିଲେ ମଧ୍ୟ ପରିବାର ଚଳାଇବାର ସାହାସ ସଞ୍ଚୟ କରୁଥିଲେ  । ଦେଶ ମାତୃକାର ସେବା କରିବାର ସଂକଳ୍ପବଦ୍ଧତା ତାଙ୍କ ପାଖରେ ଥିବା ମୁଁ ଦେଖିଛି  । ସବୁବେଳେ ସେ ସଜାଗ ରହୁଥିଲେ, ସାହାଯ୍ୟ କରିବା ପାଇଁ ବିକଳ ହୋଇ ଉଠୁଥିଲେ  । ତାଙ୍କର ଏଭଳି ବିୟୋଗ, ଆମ ସଭିଙ୍କୁ ଭାଙ୍ଗି ଦେଇଛି ସତ, କିନ୍ତୁ ପରୋକ୍ଷରେ ସେ ସାହାସ ଓ ଶକ୍ତି ଦେଇ ଯାଇଛନ୍ତି  ।

ମୋତେ ଗର୍ବ ଲାଗୁଛି..

ପତ୍ନି ଶିବାଙ୍ଗୀ କହିଛନ୍ତି, ପରିବାରର ଆର୍ଥିକ ଦାୟିତ୍ୱ ତାଙ୍କ ଉପରେ ରହିଥିଲା  । ଏବେ ମୋତେ ହିଁ କରିବାକୁ ପଡ଼ିବ  । କାରଣ ଘରେ ବୃଦ୍ଧ ବାପା-ମାଆ ଓ ଦେଢ ବର୍ଷର ପୁଅର କଥା ବୁଝିବାକୁ ଆଉ କେହବିଁ ନାହାଁନ୍ତି  । ତାଙ୍କର ଏଭଳି ଏକ ଅକାଳ ପରିସ୍ଥିତିରେ ସରକାର  ସାହାଯ୍ୟର ହାତ ବଢାଇବାକୁ ଅନୁରୋଧ କରିଛନ୍ତି ସହିଦଙ୍କ ପତ୍ନୀ  । ଏହା ସହିତ ସ୍ୱାମୀଙ୍କ ବିୟୋଗ ଖବର ଯେତିକି କଷ୍ଟ ଦେଇଛି  । ସେତିକି ନିଜକୁ ଗର୍ବିତ କରିଛି  । ମୋ ସ୍ୱାମୀ ମୋ ପାଇଁ ଗର୍ବ  । ତାଙ୍କୁ ଯେତିକି ସମ୍ମାନ ମିଳିଛି, ତାହା ସମସ୍ତଙ୍କୁ ମିଳେନି  । ଏଭଳି ଜଣେ ପୁରୁଷର ପତ୍ନୀ ହେବା ମୋ ପାଇଁ ସ୍ୱଭାଗ୍ୟର କଥା ବୋଲି କହିଛନ୍ତି ରାଣା ପ୍ରତାରପଙ୍କ ପତ୍ନୀ ଶିବାଙ୍ଗୀ ସିଂହ  ।

Leave a Reply