ବିରାଟ କୋହଲିଙ୍କୁ ପଛରେ ପକାଇଲେ ଗପ୍ଟିଲ, ଟି-୨୦ରେ ହେଲେ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ

1 min read

ରାଞ୍ଚି: ଗତକାଲି ରାଞ୍ଚିରେ ଖେଳାଯାଇଥିଲା ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚକୁ ଜିତି ଏହି ସିରିଜକୁ କବଜ୍ଜା କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ପରାଜୟ ସତ୍ତ୍ବେ ଏକ ରେକର୍ଡ ସୃଷ୍ଟି କରିଛନ୍ତି ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗପ୍ଟିଲ । ମାର୍ଟିନ ଗପ୍ଟିଲ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ପଛରେ ପକାଇ ଟ-୨୦ରେ ସର୍ବାଧିକ ରନ କରିଛନ୍ତି । ଏହି ରେକର୍ଡ କରିବା ପାଇଁ ଗପ୍ଟିଲଙ୍କୁ ଆଉ ମାତ୍ର ଦରକାର ଥିଲା ୧୧ ରନ ।

ଗତକାଲ ରାଞ୍ଚିରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଆରମ୍ଭରୁ ଗପ୍ଟିଲଙ୍କ କ୍ୟାଚ ଛାଡି ଦେଇଥିଲେ କେଏଲ ରାହୁଲ । ଯାହା ଫଳରେ ମାର୍ଟିନ ଗପ୍ଟିଲ ଏହି ରେକର୍ଡ କରିଛନ୍ତି । ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟରେ ୮୭ ଇନିଂସରେ ୩ ହଜାର ୨୨୭ ରନ ସଂଗ୍ରହ କରିଛନ୍ତି । ଯଦି ଗପ୍ଟିଲଙ୍କ କଥା କହିବା ତାହାଲେ ଗପ୍ଟିଲ ୩ ହଜାର ୨୨୮ ରନ କରିବା ପାଇଁ ୧୦୭ ଇନିଂସ ଲାଗିଥିଲା । ଯଦି ହାରାହାରି କଥା କହିବା ତାହାଲେ ବିରାଟ କୋହଲି ମାର୍ଟିନ ଗପ୍ଟିଲଙ୍କଠାରୁ ବହୁତ ଆଗରେ ରହିଛନ୍ତି । ବିରାଟଙ୍କ ଆଭେରେଜ ୫୨.୦୪ ରହିଥିବାବେଳେ ମାର୍ଟିନ ଗପ୍ଟିଲଙ୍କ ଆଭରେଜ ରହିଛି ୩୨.୪୯ ।

ଜୟପୁରରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ମାର୍ଟିନ ଗପ୍ଟିଲ ମଧ୍ୟ ୭୦ ରନର ଦମଦାର ଇନିଂସ ଖେଳିଥିଲେ । ତେବେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଟି-୨୦ ସିରିଜରେ ବିରାଟ କୋହଲିଙ୍କ ପାଖରେ ସୁଯୋଗ ରହିବ ମାର୍ଟିନ ଗପ୍ଟିଲଙ୍କ ଅତିକ୍ରମ କରି ପୁଣି ଥରେ ନମ୍ବର-୧ ହେବାର । ସେହିପରି ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି ଭାରତର ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା । ରୋହିତ ୧୦୯ ଇନିଂସରେ ୩ ହଜାର ୮୬ ରନ ସଂଗ୍ରହ କରିଛନ୍ତି ।

 

 

Leave a Reply