ଯିଏ ମୋବାଇଲ ଆବିଷ୍କାର କରିଥିଲେ, ସେ ବ୍ୟବହାର କରୁ ନାହାଁନ୍ତି

1 min read

ନନ୍ଦିଘୋଷ ବ୍ୟୁରୋ: ଜୀବନକୁ ମାରିଦେଲାଣି ମୋବାଇଲ  । ଗୋଟିଏ ଯନ୍ତ୍ରାଶଂରେ ହିଁ ବିତି ଯାଉଛି ଲୋକଙ୍କ ସମୟ  । ବାସ୍ତବ ଦୁନିଆ ଠାରୁ ବେଶ ଦୂରକୁ ଠେଲି ହୋଇଯାଉଛନ୍ତି ଆଜିର ଯୁବପିଢି  । ମୋବାଇଲ ଖଣ୍ଡେ ମିଳିଗଲେ ଆବଶ୍ୟକ ନାହିଁ କୌଣସି ବ୍ୟକ୍ତି କିମ୍ବା ସମ୍ପର୍କ  । କିନ୍ତୁ ଏହି ମୋବାଇଲ ଅଜାଣତରେ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଲାଣି  । ଯୁବପିଢିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଲାଣି  । ବେଳଥାଉଁ ଯଦି ମୋବାଇଲର ବ୍ୟବହାରକୁ କମ୍ କରାନଯିବ ତେବେ ବିରାଟ କ୍ଷତି ଘଟିବା ଅବଶ୍ୟମ୍ଭାବୀ  । ଏକଥା କହିଛନ୍ତି ଖୋଦ ମୋବାଇଲକୁ ଆବିଷ୍କାର କରିଥିବା ମାର୍ଟିନ କୁପର  ।

ମୋବାଇଲ ଆବିଷ୍କାରର ସମସ୍ତ ଶ୍ରେୟ ମାର୍ଟିନ କୁପରଙ୍କୁ ଦିଁ ଦିଆଯାଇଥାଏ  । ୧୯୭୩ ମସିହାରେ ପ୍ରଥମ କରି ମୋବାଇଲର ଆବିଷ୍କାର କରିଥିଲେ ମାର୍ଟିନ  । ଯେତେବେଳେ ଅନ୍ୟ ସ୍ଥାନକୁ ଯୋଗାଯୋଗ କରିବାରେ ବାଧ ଉପୁଜିଥିଲା  । ପରିଜନ-ପ୍ରିୟ ଲୋକଙ୍କ ଖବର ପାଇବାର କୌଣସି ସୁବିଧା ନଥିଲା, ସେତେବେଳେ ବିଶ୍ୱକୁ ଗୋଟେ ବଡ଼ ଉପହାର ଦେଇଥିଲେ ମାର୍ଟିନ କୁପର  । କିନ୍ତୁ ବର୍ତ୍ତମାନ ସେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯେଉଁ ପ୍ରକାର ପ୍ରତିକରିୟା ଦେଇଛନ୍ତି  । ତାହା ନିଶ୍ଚିତ ଭାବ ଆଜିର ପିଢିକୁ ଚମକାଇ ଦେଲାଭଳି  । ମାର୍ଟିନ ହାତ ଯୋଡି ମଧ୍ୟ ମୋବାଇଲର ବ୍ୟବହାରକୁ କମ କରିବାକୁ ଅନୁରୋଧ କରିଛନ୍ତି  ।

ବିବିସିର ଏକା କାର୍ଯ୍ୟକ୍ରମରେ ମାର୍ଟିନ କହିଛନ୍ତି  । ସମଗ୍ର ଦିନରୁ ସେ ମୋବାଇଲକୁ କେବଳ ୫ ପ୍ରତିଶତ ସମୟ ଦେଇଥାନ୍ତି  । ବାକି ସମୟରେ ସେ ମୋବାଇଲକୁ ଦେଖନ୍ତି ନାହିଁ କିମ୍ବା ଛୁଅନ୍ତି ନାହିଁ  । ଚିକାଗୋରେ ରହୁଥିବା ମୋବାଇଲ ଆବିଷ୍କାରକ ମାର୍ଟିନଙ୍କୁ ଯେତେବେଳେ ପଚରାଯାଇଥିଲା, ଆପଣ ସେହି ଲୋକମାନଙ୍କ କଣ କହିବାକୁ ଚାହିଁବେ  । ଯେଉଁମାନେ ସମଗ୍ର ଦିନଟି ମୋବାଇଲ ସହ ବିତାଇ ଦେଉଛନ୍ତି ? ଏହାର ଉତ୍ତର ଦେଇ ମାର୍ଟିନ କହିଥିଲେ, ସେହି ଲୋକମାନଙ୍କୁ ଅନୁରୋଧ ମୋବାଇଲ ଅଫ କରିଦିଅନ୍ତୁ ଏବଂ ବାକି ଜୀବନକୁ ଉପଭୋଗ କରନ୍ତୁ  ।