spot_img

Latest Posts

ରାକ୍ଷୀ ପୂର୍ଣ୍ଣିମାରେ ବାପଘରକୁ ଆସିଥିଲା ଝିଅ, ଦୀପାବଳି ପୂର୍ବରୁ ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ଜୟପୁର: ରାଜସ୍ଥାନର ଝାଲାୱାର ଜିଲ୍ଲାରେ ଅଘଟଣ । ଶୁକ୍ରବାର ଗୁଆବାଡି ଗାଁର ଜଙ୍ଗଲରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଗଛରେ ଟଙ୍ଗା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଥିଲା।

ଉକ୍ତ ୨୨ ବର୍ଷିୟା ବିବାହିତା ମହିଳା ନିଜ ବାପଘରେ ରହୁଥିଲେ । ନିଜ ଅଞ୍ଚଳ ପାଖରେ ଥିବା ଏକ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ମହିଳାଙ୍କ ମୃତଦେହ ଜଙ୍ଗଲରେ ଥିବା ଏକ ଗଛରେ ଝୁଲୁଥିବାର ଦେଖାଯାଇଥିଲା, ପୋଲିସ ଥାନା ଅଧିକାରୀ ଗୁମାନ ସିଂ କହିଛନ୍ତି ଯେ, ଗୁୱାଡୀ ଗୀଁର କାନ୍ତିବାଇଙ୍କ ଝିଅ  ହରକଚନ୍ଦ ତନୱାର ଗୁରୁବାର ସକାଳ ପ୍ରାୟ ୯ଟା ପଶୁମାନଙ୍କ ପାଇଁ ଚାରା ନେବାକୁ ଯାଇଥିଲେ, କିନ୍ତୁ ଦୀର୍ଘ ସମୟ ଧରି ଫେରି ନଥିଲେ। ଖୋଜାଖୋଜି ପରେ ତାଙ୍କୁ ଗାଁର ଜଙ୍ଗଲରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ରାକ୍ଷୀ ପୂର୍ଣ୍ଣିମା ଦିନଠାରୁ ମହିଳା ଜଣଙ୍କ ତାଙ୍କ ବାପଘରେ ରହୁଥିଲେ । ଭାଇ ଦରିଆଭ ସିଂଙ୍କ ରିପୋର୍ଟରେ ସନ୍ଦେହଜନକ ପରିସ୍ଥିତିରେ ପୋଲିସ ମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ସ୍ୱାସ୍ଥ୍ୟକେନ୍ଦ୍ରର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି।

 

Latest Posts

Don't Miss