୮ ଲକ୍ଷ ସୁପାରୀ ଦେଇ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କଲା ବିବାହିତ ପୁଅ, କରିବାକୁ ଚାହୁଁଥିଲା ଦ୍ୱିତୀୟ ବିବାହ

ଉତ୍ତରପ୍ରଦେଶ: ନିଜର ସ୍ତ୍ରୀ ଥାଇ ମଧ୍ୟ ଜଣେ ବ୍ୟକ୍ତି ନିଜ ପଡ଼ିଶା ଘରେ ରହୁଥିବା ଜଣେ ମହିଳାଙ୍କୁ ବିବାହ କରିବାକୁ ଚାହୁଥିଲେ । ଘରଲୋକ ଯେତେବେଳେ ଏହାର ବିରୋଧ କଲେ ସେତେବେଳେ ପୁଅ ୮ ଲକ୍ଷ ଟଙ୍କା ସୁପାରୀ ଦେଇ ୪ ଜଣଙ୍କୁ ହତ୍ୟା କରିବା ଭଳି କାଣ୍ଡ ଭିଆଇଛି । ବ୍ୟକ୍ତି ଜଣଙ୍କ ଦ୍ୱିତୀୟ ମହିଳାଙ୍କ ସହ ପ୍ରେମରେ ଏମିତି ପାଗଳ ଥିଲେ ଯେ ସେ ତାଙ୍କ ବାପା ମାଆ ଭଉଣୀ ଏବଂ ସ୍ତ୍ରୀର ହତ୍ୟା କରାଇଛି । ଏଳି ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି ।

 

ସଙ୍ଗମନଗରୀ ପ୍ରୟାଗରାଜରେ ଗୁରୁବାର ଗୋଟିଏ ପରିବାରର ଚାରିଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପୁଅକୁ ଗିରଫ କରିବା ସହ ତାର ଜଣେ ସାଥିକୁ ମଧ୍ୟ ଗିରଫ କରାଯାଇଥିଲା । ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଖୋଜାଚାଲିଥିବା ପ୍ରେସ କନଫରେନ୍ସରେ ସୂଚନା ଦିଆଯାଇଛି ।

  ମୃତକ ପରିବାରର ଏକମାତ୍ର ପୁଅ ଆତିଶ୍ ବିବାହିତ ଥାଇ ମଧ୍ୟ ପଡ଼ୋଶୀ ଝିଅଙ୍କ ପ୍ରେମରେ ଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲା । ଏହି ଘଟଣାକୁ ନେଇ ଘରେ ସବୁବେଳେ ଝଗଡ଼ା ମଧ୍ୟ ହେଉଥିଲା । ଏଥିରେ ରାଗିଯାଇ ଆତିଶ ତାଙ୍କ ପୁରା ପରିବାରକୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କଲା ଏବଂ ନିଜର ସାଙ୍ଗ ମାନଙ୍କୁ ସୁପାରି ଦେଇ ହତ୍ୟାକାଣ୍ଡ ରଚାଇଥିଲା ।

Leave a Reply