କରୋନା କଟକଣାକୁ କଲେ ଫୁ, ବାଜା ବାଜିଲା ଧୁମଧାମରେ ବାହାଘର ହେଲା

ସାଲେପୁର: ରାଜ୍ୟରେ କରୋନା କଟକଣା ଚାଲିଛି । ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ସରକାରଙ୍କ ତରଫରୁ ବାରମ୍ବାର ନିର୍ଦ୍ଦେଶ ଜାରି କରାଯାଇଛି । କୌଣସି ଧାର୍ମିକ କାର୍ଯ୍ୟ ବାହାଘର, ବ୍ରତଘର, ଜନ୍ମଦିନ ଭଳି କାର୍ଯ୍ୟ ଉପରେ କଟକଣା ମଧ୍ୟ କରାଯାଇଛି । କିନ୍ତୁ ଏହାରି ଭିତରେ ଧୁମଧାମରେ ବାହାଘର ହେଲା, ବାଜାର ତାଳରେ ତାଳଦେଇ ନାଚିଲେ ବରଯାତ୍ରୀ ।
ଆଉ ଲକ୍ଡାଉନର ନିୟମକୁ ସିଧା ସିଧା କଲେ ବେଖାତିର । ନିୟମକୁ ଫୁ କରିଦେଲେ ବରଯାତ୍ରୀ । ବର ଗାଡି ଆଗରେ ନାଚିଲେ ଆଉ ବାଜା ବି ବଜାଇଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁର ଗ୍ରାମପଞ୍ଚାୟତ ର ବରବାରି ଗାଁରେ ।
ସୂଚନା ଅନୁଯାୟୀ, ବରବାରି ଗାଁର ସନାତନ ମହାନ୍ତିଙ୍କ ଝିଅ ପ୍ରିୟଙ୍କା ମହାନ୍ତି ଏହି ବ୍ଲକର ଜଳହରି ଗାଁର ଅଲେଖ ପରିଡାଙ୍କ ପୁଅ ପ୍ରଜ୍ଞା ପରିଡ଼ାଙ୍କ ଆଜି ବିବାହ ହୋଇଥିଲା । ଏହି ବାହାଘରେ ନା କରୋନା କଟକଣା ଥିଲା ନା ଥିଲା ସାମାଜିକ ଦୂରତା । ଯେମିତି ଧୁମଧାମରେ ବାହାଝଘର ହେବା କଥା କରୋନା ସମୟରେ ହୋଇଥିଲା ସେହିଭଳି ବାହାଘର । କରୋନା ସମୟରେ ଏଭଳି ବାହାଘର ହେବା ସ୍ଥାନୀୟ ପ୍ରଶାସନ ଆଙ୍ଗୁଠି ଉଠାଇଛି ।