spot_img

Latest Posts

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଙ୍ଗିଲା ବାହାଘର !

ନନ୍ଦିଘୋଷ ବ୍ୟୁରୋ : କିଏ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛି ତାହା ଜାଣିବା ପାଇଁ ସମଗ୍ର ବିଶ୍ୱ ଅପେକ୍ଷା କରିଛି । ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍ ହୋଇଥିବା ବେଳେ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ନଭେମ୍ବର ୫ରେ ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ  ବର୍ତ୍ତମାନ ଏହା ଫଳାଫଳକୁ ସମସ୍ତେ ଅପେକ୍ଷା କରିଛନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ପୋଷ୍ଟ ଭାଇରାଲ ହେଉଛି ।

ରେଡ୍ଡିଟ୍ ପୋଷ୍ଟରେ ଜଣେ ୨୬ ବର୍ଷ ବର୍ଷିୟା ମହିଳା ଦାବି କରିଛନ୍ତି, ସେ ଭୋଟ୍ ଦେଉ ନ ଥିବାରୁ ତାଙ୍କ ଭାବି ସ୍ବାମୀଙ୍କ ସହ ଥିବା ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛନ୍ତି । ମହିଳା ଲେଖିଛନ୍ତି ଯେ, ମୋର ୨୬  ବର୍ଷିୟା  ଭାବି ସ୍ବାମୀ  ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେବାକୁ ଚାହୁଁ ନାହାନ୍ତି । ମୁଁ ଏକ ନୈତିକ ସଙ୍କଟ ଦେଇ ଗତି କରୁଛି  ।

ସେ କେବଳ ଭୋଟ୍ ଦେବାକୁ ମନା କରିଦେଇଛନ୍ତି କାରଣ ସେ କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରନ୍ତି ନାହିଁ। ଆମର ରାଜନୈତିକ ଦୃଷ୍ଟିକୋଣ ଅତ୍ୟନ୍ତ ସମାନ ତେଣୁ ମୁଁ ବୁଝିପାରୁ ନାହିଁ, ଏହି ଭୋଟ୍କୁ ନେଇ ସେ କହିଁକି ଉଦାସୀନ? ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ ଜଣେ ମହିଳା ଏବଂ ଫ୍ଲୋରିଡା ରେ ରହେ  ।

ମହିଳାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି, ଯେଉଁଥିରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ସୋସିଆଲ୍ ମିଡିଆ ୟୁଜର୍ସ ଲେଖିଛନ୍ତି, ଆପଣ ତାଙ୍କର କାର୍ଯ୍ୟ, ଆଚରଣକୁ ପସନ୍ଦ କରନ୍ତି ନାହିଁ, କେବଳ ନିଜକୁ ନିୟନ୍ତ୍ରଣ କର । ଯଦି ଭୋଟ୍ ଦେଉଥିବା ବ୍ୟକ୍ତିଙ୍କ ସହିତ ରହିବା ତୁମ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ । ତେବେ ତୁମେ ତାଙ୍କ ସହିତ ସମ୍ପର୍କ ଭାଙ୍ଗିବା ଉଚିତ୍ । ଅନ୍ୟ ଜଣେ ଲେଖିଛନ୍ତି ଯେ ରାଜନୀତି ଅନ୍ତତଃପକ୍ଷେ ବ୍ୟକ୍ତିଗତ ଜୀବନଠାରୁ ଦୂରରେ ରହିବା ଉଚିତ୍।

Latest Posts

Don't Miss