ଫେସବୁକ୍ ନିରାପତ୍ତା ପ୍ରସଂଗର ସମାଧାନ ନ କରି ନାମ ପରିବର୍ତ୍ତନର କୌଣସି ମାନେ ନାହିଁ: ଫାନସିସ୍

1 min read

ନୂଆଦିଲ୍ଲୀ: ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ । ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଇସ୍ତଫା ଦିଅନ୍ତୁ ବୋଲି ଦାବି କଲେ ପୂର୍ବତନ ବସ୍ ଫାନସିସ ହ୍ୟୁଜେନ । ଫେସବୁକର ଆଭ୍ୟନ୍ତରୀଣ କାର୍ଯ୍ୟାବଳୀକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ଜୁକରବର୍ଗ ଇସ୍ତଫା ଦାବି କରିଛନ୍ତି । ସେ କହିଛନ୍ତି ଜୁକରବର୍ଗ କମ୍ପାନୀର ସିଇଓ ରହି ଏହାର ନାମ ମେଟା ରଖିବାରେ କୌଣସି ମୂଲ୍ୟ ନାହିଁ ।

ପର୍ତ୍ତୁଗାଲ ରାଜଧାନୀ ଲିସବନରେ ଆୟୋଜିତ ଓ୍ୱେବଟେକ୍ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି- ଜୁକରବର୍ଗ କମ୍ପାନୀରୁ ବାହାରିଗଲେ ବି କିଛି ଫରକ ପଡ଼ିବ ନାହିଁ । ତାଙ୍କ ବିନା କମ୍ପାନୀ ଚାଲିପାରିବ । ଗତ ସପ୍ତାହରେ ୩୦୦ କୋଟି ୟୁଜର ଥିବା ସବୁଠାରୁ ବଡ଼ ସୋସିଆଲ ମିଡିଆ ଫେସବୁକର ନାମ ମେଟା ହେବ ବୋଲି ଘୋଷଣା କରିଥିଲେ ଜୁକରବର୍ଗ । ସେ ଆହୁରି କହିଛନ୍ତି ଫେସବୁକର ନିରାପତ୍ତା ପ୍ରସଙ୍ଗ ଏଯାଏଁ ସମାଧାନ ହୋଇପାରିନାହିଁ ଏବଂ ନାମ ପରିବର୍ତ୍ତନ କରିବାର କୌଣସି ମାନେ ନାହିଁ । ଫେସବୁକ କେବଳ ନିଜର ସମ୍ପ୍ରସାରଣ ପ୍ରକ୍ରିୟା ଜାରି ରଖୁଛି ମାତ୍ର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କମ୍ପାନୀ ପଦକ୍ଷେପ ନେଉନାହିଁ ବୋଲି ସେ କହିଛନ୍ତି । ବଜାର ଶକ୍ତି, ଏକପାଖିଆ ନିଷ୍ପତ୍ତି, ମନମୁଖି ସେବା ନେଇ ବିଭିନ୍ନ ମହଲରୁ ଫେସବୁକ ସମାଲୋଚନାର ପାତ୍ର ହେଉଥିବାବେଳେ ଏହାର ନାମ ପରିବର୍ତ୍ତନକୁ ନେଇ ବଢିଛି ବିବାଦ ।

ଏଥିସହିତ ପଢ଼ନ୍ତୁ: ବିରାଟ କୋହଲୀଙ୍କ ୯ ମାସର ଝିଅକୁ ଧମକ: ଜାଣନ୍ତୁ କ’ଣ କହିଲେ ଦୁର୍ବୃତ୍ତ

Leave a Reply