ନିଲାମ ହେଲା ମରିଚି କୁଣ୍ଡ ପାଣି, ପ୍ରଥମ ଗରା ପାଣିକୁ ୧ ଲକ୍ଷ ୩୦ ହଜାର

ଭୁବନେଶ୍ୱର: ନିଲାମ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ମରିଚି କୁଣ୍ଡ ପାଣି । ପ୍ରଥମ ଗରା ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମୀ ହୋଇଛି । ପ୍ରଥମ ଗରା ପାଣିକୁ ଭୁବନେଶ୍ୱର ବରମୁଣ୍ଡା ରେଣ୍ଟାଲ କଲୋନୀର ବିରଞ୍ଚି ପ୍ରଧାନ ଓ ତାଙ୍କ ପତ୍ନୀ ସୁନନ୍ଦା ପ୍ରଧାନ ନିଲାମୀ ପ୍ରକ୍ରିୟା ସାମିଲ ହୋଇ ପାଣିକୁ ନେଇଛନ୍ତି । ସେହିପରି ଦ୍ୱିତୀୟ ଗରା ପାଣିକୁ ଭୁବନେଶ୍ୱର ସରକନ୍ତରା ବାହାଦଲପୁର ସରସ୍ୱତୀ ସାହୁ ୪୭ ହଜାର ଟଙ୍କାରେ ନେଇଛନ୍ତି । ମରିଚି କୁଣ୍ଡ ପାଣି ନେଇ ସ୍ନାନ କଲେ ସନ୍ତାନ ଲାଭ ହେବାର ସୌଭାଗ୍ୟ ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଭକ୍ତମାନେ ଅଶୋକାଷ୍ଟମୀ ରଥ ଯାତ୍ରା ପୂର୍ବ ଦିନ ବା ନେତ୍ର ଉତ୍ସବ ଦିନ ଏହି ମରିଚି କୁଣ୍ଡ ପାଣି ନେବାକୁ ଭିଡ଼ ଜମାଇଥାନ୍ତି ।