spot_img

Latest Posts

ମାର୍ଚ୍ଚ ୫ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ; ରାଜ୍ୟବ୍ୟାପୀ ପାଳନ ହେବ ବିଜୁ ଜୟନ୍ତୀ : ବିଜେଡ଼ି

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ସାରା ଓଡ଼ିଶାରେ ବିଜେଡି ଏହାକୁ ପାଳନ କରିବାକୁ ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ନେତା, ନିର୍ବାଚିତ ପ୍ରତିନିଧି, ଛାମୁଆ ସଂଗଠନ, ସେଲ ଯାଏଁ ଅବଗତ କରାଯାଇଛି ବୋଲି କହିଛି ବିଜେଡି । ଜିଲ୍ଲା, ନିର୍ବାଚନ ମଣ୍ଡଳୀସ୍ତରରେ ବି ପାଳିତ ହେବ ବିଜୁ ଜୟନ୍ତୀ । ଏ ନେଇ ଏକ ବୈଠକ ହୋଇଥିଲା ।  ସେଦିନର ଶୀର୍ଷକ ରହିବ ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ । ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ରକ୍ତଦାନ ଶିବିର ହେବ । ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜୁ ଜୟନ୍ତୀ ପାଳନ କରିବେ । ସମସ୍ତଙ୍କ ମିଳିତ ସହଯୋଗରେ ଶଙ୍ଖ ଭବନରେ ଏହା ପାଳନ କରାଯିବ । ନବୀନ ପଟ୍ଟନାୟକ ଯେଉଁ ସେବା କଥା କହିଛନ୍ତି, ତାକୁ ଆହୁରି ଆଗେଇ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Latest Posts

Don't Miss