ମହାରାଷ୍ଟ୍ରରେ ତେଜିଲା ମରାଠା ସଂରକ୍ଷଣ ନିଆଁ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରରେ ତେଜିଲା ମରାଠା ସଂରକ୍ଷଣ ନିଆଁ। ଅଜିତ ପାଓ୍ବାର ଗୋଷ୍ଠୀର ଏନସିପି ବିଧାୟକଙ୍କ ଘର ଜାଳିଲେ ବିକ୍ଷୋଭକାରୀ। ବିଡ୍ ମାଜଲଗାଓଁରେ ବିଧାୟକ ପ୍ରକାଶ ସୋଲଙ୍କୀଙ୍କ ଘର ଓ ଅଫିସ ଉପରକୁ ପଥର ମାଡ଼ କରିଥିଲେ । ଉତ୍ୟକ୍ତ ଲୋକେ ଅନେକ ବାଇକ୍ ଓ କାରରେ ନିଆଁ ଲଗାଇବା ସହ ଘର ଜାଳି ଦେଇଥିଲେ। କିଛି ଦିନ ପୂର୍ବରୁ ପ୍ରକାଶ ସୋଲଙ୍କୀଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏଥିରେ ମରାଠା ସଂରକ୍ଷଣ ଦାବି କରୁଥିବା ନେତା ମନୋଜ ଜାରଙ୍ଗେଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ପ୍ରକାଶଙ୍କ ଘର ଉପରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘଟଣାକୁ ନେଇ ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନ ଭୁଲ୍ ଦିଗରେ ଯାଉଥିବା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।