ମୁଖ୍ୟ ସ୍ରୋତକୁ ଫେରିଲେ ମହିଳା ମାଓ କ୍ୟାଡର, ନାଁରେ ଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର

1 min read
Maoist Rame Madkami Surrendered In SP Koraput

ଜୟପୁର: ଦୁର୍ବଳ ହେଉଛି ଲାଲବାହିନୀ, ଭୁଶୁଡ଼ିଛି ମାଓଗଡ଼ । କୋରାପୁଟ ଏସପିଙ୍କ ନିକଟରେ ମହିଳା ମାଓ କ୍ୟାଡର ରାମେ ମାଡକାମୀ ଆତ୍ମସମର୍ପଣ କରିଛନ୍ତି । ରାମେ ପ୍ରୋଟେକ୍ସନ ପାର୍ଟି ଅଫ୍ ଅକିରାଜୁ ହରଗୋପାଳର କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ କାମ କରୁଥିଲା । ମାଓନେତା ରାମକୃଷ୍ଣଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ରାମେ ମାଡ଼କାମୀ । ବିଭିନ୍ନ ମାଓ ହିଂସାରେ ସାମିଲ ଥିବା ରାମେଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ତାଙ୍କ ନାଁରେ ୪  ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।

Maoist Rame Madkami Surrendered In SP Koraput

ମାଓ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିଥିବା ରାମେ ମାଡ଼କାମୀର ଘର ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ କୁରୁବ ଗାଁରେ । ସେ ୧୬ ବର୍ଷ ବୟସରେ ୨୦୧୩ ମସିହାରେ ସିପିଆଇ ମାଓବାଦୀର ସାଂସ୍କୃତିକ ଗ୍ରୁପ ‘ସାଂସ୍କୃତିକ ଗଣ ନାଟ୍ୟ ମଣ୍ଡଳି’ରେ ସାମିଲ୍ ହୋଇଥିଲେ । ସେଠାରେ ତାଙ୍କୁ ମିଲିଟାରୀ ଟ୍ରେନିଂ ଦିଆଯାଇଥିଲା । ପ୍ରଥମେ ଥ୍ରୀ ନଟ୍ ଥ୍ରୀ ରାଇଫଲ୍ ଓ ACM ରାଙ୍କକୁ ପଦୋନ୍ନତି ପରେ ଇନସାସ୍ ରାଇଫଲ୍ ମିଳିଥିଲା ।

ରାମେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଏକାଧିକ ହିଂସାକାଣ୍ଡରେ ସମ୍ପୃକ୍ତ ।

Leave a Reply