ମାଲକାନଗିରି: ସୀମାନ୍ତ ଦନ୍ତେୱାଡ଼ା ଜିଲ୍ଲାରେ ପୋଲିସ-ନକ୍ସଲ ଗୁଳି ବିନିମୟ। ଘଟଣାରେ ଦୁଇ ସିପିଆଇ ମହିଳା ନକ୍ସଲ ନିହତ ହୋଇଛନ୍ତି। ସୋମବାର ସନ୍ଧ୍ୟା ବେଳେ ଦନ୍ତେୱାଡ଼ା କିରନ୍ଦୁଲ ଥାନା ନିକଟସ୍ଥ ପରୋକକାଡି ଜଙ୍ଗଲରେ ଡିଆରଜି ଯବାନ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା।
ମୃତ ଦୁଇ ଜଣ ନକ୍ସଲ ହେଲେ ଅୟେତେ ମାଣ୍ଡାଭି ଏବଂ ଭିଯେ ମାର୍କାମ୍। ଅୟେତେ ମାଣ୍ଡାଭି ଏରିଆ କମିଟିର ସଦସ୍ୟ ରହିଥିବାବେଳେ ତାଙ୍କ ମୁଣ୍ଡରେ ୫ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେହିପରି ଭିଯେ ମାର୍କାମ୍ ମିଲିଟାରୀ ଇଣ୍ଟେଲିଜେନ୍ସ ମେମ୍ବର ଥିବା ବେଳେ ତାଙ୍କ ମୁଣ୍ଡ ଉପରେ ୨ଲକ୍ଷ ଟଙ୍କାର ପୁରସ୍କାର ଥିଲା ବୋଲି ସୂଚନା ଦେଇଛନ୍ତି ବିଲାସପୁର ଆଇଜି ଦିପାଂଶୁ କାଵ୍ରା।
ଗୁଳିବିନିମୟରେ ଗୋଟେ ପିସ୍ତଲ ଏବଂ ଗୋଟେ ଗୁଳି ଭର୍ତି ବନ୍ଧୁକ ଜବତ କରିଛି ପୋଲିସ। ଦୁଇଜଣ ନକ୍ସଲଙ୍କ ମୃତ ଦେହକୁ ମୁଖ୍ୟାଳୟକୁ ଅଣାଯାଇଛି। ଏହି ଅପରେସନରେ ଆହୁରି କିଛି ନକ୍ସଲ ମୃତାହତ ହେବାର ସମ୍ଭାବନା ରହିଛି। ଯାହାକି ସର୍ଚ୍ଚ ଅପରେସନ ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

