ଛତିଶଗଡ଼-ତେଲେଙ୍ଗାନା ସୀମାରେ ଲାଲବାହିନୀର ଲଙ୍କାକାଣ୍ଡ, ଜାଳିଦେଲେ ୭ ଗାଡ଼ି
1 min read
ମାଲକାନିଗିରି: ଛତିଶଗଡ-ତେଲେଙ୍ଗାନା ସୀମାରେ ମାଓବାଦୀଙ୍କ ହିଂସାକାଣ୍ଡ । ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ହିଂସାକାଣ୍ଡ ଭିଆଇଛନ୍ତି । ତେଲେଙ୍ଗାନାର ଡୁମାଗୁଡାମ ଅଞ୍ଚଳରେ ଚିଣ୍ଟାଗୁଫା ବ୍ରିଜ୍ ନିର୍ମାଣରେ ନିୟୋଜିତ ୭ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ଏହା ସହ ୩ଟି ଟ୍ରାକ୍ଟରକୁ ସାଙ୍ଗରେ ନେଇ ଯାଇଛନ୍ତି ଲାଲ ବାହିନୀ । ଗତକାଲି ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି ମାଓବାଦୀ । ପ୍ରାୟ ୨୫ରୁ ୩୦ ଜଣ ମାଓବାଦୀ ଆସି ଗାଡିର ଡିଜେଲ ଟାଙ୍କି ଭାଙ୍ଗିବା ପରେ ନିଆଁ ଲଗାଇ ଦେଇଥିଲେ । ଏହି ଅଞ୍ଚଳରେ ଚାଲିଥିବା ସେତୁ କାର୍ଯ୍ୟକୁ ବିରୋଧ କରି ଆସୁଥିଲେ ମାଓବାଦୀ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।