ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

1 min read

କନ୍ଧମାଳ: ପୁଣି ରକ୍ତମୁଖା ହେଲା ଲାଲ୍ ବାହିନୀ । ପୋଲିସ୍ ଇନଫର୍ମର ଦର୍ଶାଇ ଜଣେ ଯୁବକଙ୍କୁ ମାଓବାଦୀ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଆମ୍ବାବାଡ଼ି ଗାଁରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ । ମୃତକ ହେଲେ କ୍ଲମ୍ବାଜକି ଗାଁର ନୀଳକଣ୍ଠ ମଲ୍ଲିକ । KKBN ମାଓ ସଂଗଠନ ଏହି ହତ୍ୟା କରିଥିବା ବେଳେ ହତ୍ୟାକାଣ୍ଡ ପାଇଁ ପୋଲିସକୁ ଦାୟୀ କରିଛି ସଂଗଠନ ।

ହତ୍ୟା ପରେ ଘଟଣାସ୍ଥଳରେ ବ୍ୟାନର ଓ ପୋଷ୍ଟର ଛାଡ଼ି ଯାଇଛନ୍ତି ଲାଲ୍ ବାହିନୀ । ଗତ ୧୧ ତାରିଖରେ କନ୍ଧମାଳ -କଳାହାଣ୍ଡି ସିମାନ୍ତ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏନକାଉଣ୍ଟରରେ ଜଣେ କ୍ୟାଡର ମହିଳା ମାଓବାଦୀ ପ୍ରାଣ ହରାଇଥିଲେ । ଘଟଣାର ପ୍ରତିଶୋଧ ନେବାକୁ ଲାଲ୍ ବାହିନୀ ଏବେ ରକ୍ତମୁଖା ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ହତ୍ୟାକାଣ୍ଡ ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।