ପଣ୍ଡ ହେଲା ମାଓ ଷଡ଼ଯନ୍ତ୍ର , ରେଳଧାରଣା ନିକଟରୁ ଜବତ ହଲା ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ 

ସୁନ୍ଦରଗଡ଼: ପଣ୍ଡ ହେଲା ମାଓ ଷଡ଼ଯନ୍ତ୍ର  । ଟଳିଗଲା ବଡ଼ ଧରଣର ବିପଦ  । ରେଳଧାରଣା ନିକଟରୁ ଜବତ ହୋଇଛି ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍  । ସୁନ୍ଦରଗଡ଼ ଜିଲ୍ଲା ତଥା କୋଇଡା ଥାନା ଟୋପାଡିହି ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ ଜବତ କରିଛନ୍ତି ଡିଭିଏଫ ଯବାନ  । ସ୍ଥାନୀୟ ପୋଲିସ ଓ ଡିଭିଏଫ୍ ଯବାନ ମିଳିତ ସର୍ଚ୍ଚ ଅପରେସନ୍ବେଳେ ଲ୍ୟାଣ୍ଡମାଇନ୍କୁ ଠାବ କରାଯାଇଥିଲା । ପରେ ବୋମା ନିଷ୍କ୍ରିୟ ଟିମ୍ ନିକଟସ୍ଥ ଜଙ୍ଗଲରେ ଏହାକୁ ନିଷ୍କ୍ରିୟ କରିଦେଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସିଆରଏଫ୍ ଓ ଆରପିଏଫ୍ ଯବାନ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି । ଗତ ସପ୍ତାହେ ମଧ୍ୟରେ ନକ୍ସଲମାନଙ୍କ ଗୁଳିରେ ତିନି ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ । ଅନ୍ୟ ଦୁଇଜଣ ବିହାର ଓ ଝାଡ଼ଖଣ୍ଡର । ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ଯବାନମାନେ ୧୧ରୁ ଅଧିକ ନକ୍ସଲ ବଙ୍କର ଧ୍ବଂସ କରିଛନ୍ତି । ଭଉୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୋଲିସ ମୋଷ୍ଟଓ୍ବାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ମିସରି ବେସ୍ରାକୁ ଧରିବାକୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।