ରାସ୍ତା କାମକୁ ବିରୋଧ କରି ଶ୍ରମିକଙ୍କୁ ନିସ୍ତୁକ ପିଟିଲେ ମାଓବାଦୀ, ୪ ଗାଡ଼ି ପୋଡ଼ିଲେ

କଲ୍ୟାଣସିଂପୁର: ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତା ନିର୍ମାଣକୁ ବିରୋଧ କରି ଜାଳିଲେ ୪ ଗାଡ଼ି । ରାୟଗଡ଼ା ନିୟମଗିରି ଅଞ୍ଚଳ ଗୁମା ଗାଁର ଏହି ଘଟଣା । ବ୍ଲକର ନାରୀଙ୍ଗତୋଲା ଗାଁଠାରୁ ଗୁମ୍ମାକୁ ରାସ୍ତା ନିର୍ମାଣ ହେଉଥିଲା । ଗତକାଲି ରାତିରେ ପ୍ରାୟ ୬୦ରୁ ଅଧିକ ମାଓବାଦୀ ଆସି ପ୍ରଥମେ ୨ ଶ୍ରମିକଙ୍କୁ ନିସ୍ତୁକ ପିଟିଥିଲେ । ଏହା ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ।

ଏଥିରେ ୨ଟି ଜେସିବି ଗୋଟିଏ ରୋଲର ଓ ଗୋଟିଏ ମିକ୍ସଚର ଗାଡ଼ି ରହିଛି । ନିୟମ ଗିରିକୁ ରାସ୍ତା ନିର୍ମାଣକୁ ବିରୋଧ କରୁଛନ୍ତି ମାଓବାଦୀ । ସେପଟେ ଖଣି ଉତ୍ତୋଳନ କଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ମାଓବାଦୀ ନିଜ ପୋଷ୍ଟରରେ ଲେଖିଛନ୍ତି ।

ଡଙ୍ଗରିଆଙ୍କ କନ୍ଧମାଳଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ୧୦ କୋଟି ଟଙ୍କା ଅଟକଳରେ ଚାଲିଥିଲା ନିର୍ମାଣ । ଏହା ପୂର୍ବରୁ ମଧ୍ୟ ଦୁଇଥର ନିୟମଗିରି ରାସ୍ତାକୁ ବିରୋଧ କରି ପୋଡାଜଳା କରିଥିଲେ ମାଓବାଦୀ ।

Leave a Reply