ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ମାଓ ପୋଷ୍ଟର
1 min read
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ମାଓ ପୋଷ୍ଟର l ଏଥିରେ ମୈନପୁର ନୂଆପଡ଼ା ମାଓ ଡିଭିଜନ କମିଟି ବୋଲି ଲେଖା ହୋଇଛି l ସିନାପାଲି ବ୍ଲକ ନଙ୍ଗଲବୋର୍ଡ ରାସ୍ତାକଡ଼ ଫରେଷ୍ଟ ବୋର୍ଡ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଗେଟରେ ଧଳା କାଗଜରେ ସବୁଜ ରଙ୍ଗରେ ଲେଖା ହୋଇଥିବା ପୋଷ୍ଟର ଲାଗିଛି l ଏହି ପୋଷ୍ଟର ମାଓ ସଂଗଠନର କି ନୁହେଁ, ଏନେଇ ତଦନ୍ତ ଚାଲିଥିବା ସିନାପାଲି ଆଇଆଇସି ଡମ୍ବରୁଧର ପ୍ରଧାନ କହିଛନ୍ତି । ପୋଷ୍ଟରରେ ଲେଖା ଅଛି ଯେ ଅଞ୍ଚଳର ସମୁଦ୍ର ବାଗ ଜଣେ ମାଓବାଦୀଙ୍କୁ ଚିକିତ୍ସା ପାଇଁ ନେଇ ଯାଉଥିଲେ l ସେହି ସମୟରେ ଦୁଇ ଜଣଙ୍କୁ ନବରଙ୍ଗପୁର ଡିଭିଏଫ ଗିରଫ କରିଥିଲା । ସମୁଦ୍ର ବାଗକୁ ପାର୍ଟି ମେମ୍ବର ଦର୍ଶାଇଥିଲା ପୋଲିସ l ହେଲେ ଏହାକୁ ମାଓବାଦୀମାନେ ପୋଷ୍ଟରରେ ଖଣ୍ଡନ କରିଛନ୍ତି l