ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ମାଓବାଦୀ ମୃତ

1 min read

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଗାଁ ନିକଟରେ ଏହି ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି । ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଗୁଳିବିନିମୟ ।

ତେବେ ଏହି ଏନକାଉଣ୍ଟରରେ ଜଣେ ଦୁର୍ଦାନ୍ତ ମାଓବାଦୀର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରୁ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ଡିଜିପି ଅଭୟ । ପୋଲିସ ଏନକାଉଣ୍ଟରରେ ଜୋନ୍ ମାଓବାଦୀ କିଶୋରଙ୍କ ମୃତ୍ୟୁ ହୋଇଛି ।

ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ଓ ଗୁଳିଗୋଳା ଜବତ । ମିଳିତ ଅପରେସନରେ SOG , BSF, DVD ଏବଂ ଆନ୍ଧ୍ର ଗ୍ରେହଣ୍ଡସ୍ ସାମିଲ ହୋଇଥିଲେ ।

ଉତ୍ତର ସ୍ୱାଭିମାନ ଆଞ୍ଚଲରେ ଓଡିଶା ପାର୍ଶ୍ୱରୁ ଏହା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି । ଗୁରୁପ୍ରିୟା ସେତୁ ପ୍ରତିଷ୍ଠା ପରେ ଏହା ସମ୍ଭବ ହୋଇଛି । ଅପରେସନ ପରେ ଆହତ ମାଓବାଦୀକୁ ଉଦ୍ଧାର କରି ଯବାନମାନେ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି । ଏଥିପାଇଁ ଯବାନ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଡିଜିପି ଅଭୟ ।

Leave a Reply