ରାୟଗଡ଼ା ଓ କନ୍ଧମାଳ ସୀମାନ୍ତରେ ମାଓ କ୍ୟାମ୍ପ ଠାବ

ଗୁଣୁପୁର: ରାୟଗଡ଼ା ଓ କନ୍ଧମାଳ ସୀମାନ୍ତ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି । ସିଆରପିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂ ଚାଲିଥିବା ବେଳେ ଏହି କ୍ୟାମ୍ପ ଠାବ ହୋଇଥିଲା । ୯ଟି ବନ୍ଧୁକ, ଜିଲୋଟିନ ଷ୍ଟିକ, ୧୫ଟି ଡିଟୋନେଟର ଏବଂ ଟିଫିନ ବକ୍ସ ଜବତ ହୋଇଛି ।

ମାଓ ସାମଗ୍ରୀ ମିଳିବା ପରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ସିଆରପିଏଫ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ସନ୍ଦେହ କରାଯାଉଛି ।

Leave a Reply